ତେଲିଆ ମୁହଁ ବ୍ୟକ୍ତି ମାନେ କେମିତି ନେବେ ଶୀତ ଦିନେ ତ୍ୱଚାର ଯତ୍ନ

ତେଲିଆ ମୁହଁ ବ୍ୟକ୍ତି ମାନେ କେମିତି ନେବେ ଶୀତ ଦିନେ ତ୍ୱଚାର ଯତ୍ନ

ତେଲିଆ ମୁହଁ ବ୍ୟକ୍ତି ମାନେ କେମିତି ନେବେ ଶୀତ ଦିନେ ତ୍ୱଚାର ଯତ୍ନ
ଭୁବନେଶ୍ୱର : ଆପଣଙ୍କ ମୁହଁ ଯଦି ଅଧିକ ତେଲିଆ ତେବେ ଶୀତ ଦିନେ ତାର ଅଧିକ ଯତ୍ନ ଆପଣଙ୍କୁ ନେବାକୁ ପଡିବ । କାରଣ ଶୀତ ଦିନେ ଆପଣଙ୍କ ତ୍ୱଚା ଅଧିକ ଶୁଷ୍କ ଏବଂ ରୁକ୍ଷ ହୋଇଯାଏ । ଶୀତ ଦିନ ଆମ ଶରୀରକୁ ଅଧିକ ପ୍ରଭାବିତ କରିଥାଏ । ଗରମ ଦିନ ପରେ ଜଳବାୟୁ ବଦଳିବା କ୍ଷଣି ଆମ ତ୍ୱଚା ତୁରନ୍ତ ପ୍ରତିକ୍ରିୟା ଶିଳ ହୋଇପଡେ । ସେଥିପାଇଁ ଏହା ମହତ୍ୱ ପୁର୍ଣଯେ ଆପଣ ନିଜ ଶରୀରକୁ ଅବଶ୍ୟକିୟ ପୋଷଣ ଦେବେ ଯାହାକୁ ତାର ଅବଷ୍ୟକତା ରହିଥିବ । ସରୀରର ବାକି ଅଂଶ ତୁଳନାରେ ତ୍ୱଚା ଅଧିକ ସମ୍ବେଦନଶିଳ ହୋଇପଡେ । ଏହାହିଁ ମୁଖ୍ୟ କାରଣ ଯାହାପାଇଁ ଆମକୁ ତ୍ୱଚା ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଆପଣଙ୍କ ଚେହେରା ତେଲିଆ ଥିଲେ ଶୀତ ଦିନେ ତାହା ଶୁଖିଲା ଅନୁଭବ କରିବେ । ଏହି ଋତୁରେ ବହୁତ ପାଣି ପିଇବାର ଆବଷ୍ୟକତା ଥାଏ । ତା ସହିତ,ବାଦାମ ତେଲ,ଆର୍ଗନ ତେଲ,ନଡିଆ ତେଲ,ସୁର୍ଯ୍ୟମୁଖି ତେଲରେ ମାଲିସ ମଧ୍ୟ କରିବାର ଆବଷ୍ୟକତା ଥାଏ । କିନ୍ତୁ ମୁହଁରେ ତେଲ ଲଗାଇବାର ଏକ ନିର୍ଦ୍ଧିଷ୍ଠ ସମୟ ରହିଥାଏ । ଯଦି ଆପଣ ତେଲ ଲଗାଇବାକୁ ଚାହୁଁଛନ୍ତି ତେବେ ନିଜ ଚେହେରାକୁ ସୁଟ କଲାଭଳି ତେଲ ନିଅନ୍ତୁ । ଆପଣ ଚାହିଁଲେ ସୂର୍ଯ୍ୟମୁଖି ତେଲ ନହେଲେ ସ୍ୱିଟ ଆଲମଣ୍ଡ ତେଲ ଲଗାଇ ପାରନ୍ତି । ତେଲକୁ ରାତିରେ ଲଗାଇ ପୁରା ରାତିପାଇଁ ତେଲକୁ ଚମରେ ଭେଦିବା ପାଇଁ ଛାଡି ଦିଅନ୍ତୁ । ଏବଂ ଏହିପରି ଭାବେ ସବୁଦିନ ଏହି ନିୟମରେ କାମ କଲେ ଆପଣଙ୍କୁ ନିହାତି ସୁଫଳ ମିଳିବ । ମୁହଁକୁ ଭଲରେ କ୍ଲିନଜିଂ ପରେ ମୁହଁରେ ଏକ ସୋମ୍ୟ ମୋଇସଚୋରାଇଜିଙ୍ଗ ଟୋନରର ବ୍ୟବହାର କରି ମୁହଁକୁ ଟୋନ କରନ୍ତୁ । ଟୋନର ଲଗାଇଲାବେଳେ ଧ୍ୟାନ ଦେବେ ଯେପରି ଟୋନରରେ ଆଲ୍କହଲ କିମ୍ବା ଅଧିକ ବାସ୍ନା ଯୁକ୍ତ ତେଲର ମିଶ୍ରଣ ନ ହୋଇଥାଏ । ଏମିତି ଏକ ସିରମର ବ୍ୟବହାର କରନ୍ତୁ ଯାହା ଅପଣଙ୍କ ତ୍ୱଚାକୁ ଅଧିକ ପୋଷଣ ମଧ୍ୟ ଦେଉଥିବ । ସିରମ କିଣିଲାବେଳେ ଧ୍ୟାନ ଦେବେ ଯପରି ତାହା ଅପଣଙ୍କ ଚମର ଟୋନକୁ ଖାପ ଖୁଆଉ ଥିବ । ଏବଂ ଶେଷ ରେ ଏପରି ଏକ ଫେସ କ୍ରିମର ବ୍ୟବହାର କରନ୍ତୁ ଯେଉଁଥିରେ ଗ୍ଲିସରିନ,ପେଟ୍ରୋଲିୟମ ଭଳି ତତ୍ୱ ସାମିଲ ହୋଇ ରହିଥିବ । ଖଟକୁ ଯିବା ପୁର୍ବରୁ ଏହି ସମସ୍ତ ଦିନଚର୍ଯ୍ୟାର ପାଳନକରନ୍ତୁ ଓ ସୋଇବାକୁ ଯିବା ପୁର୍ବରୁ ନିଜ ମେକପକୁ ଭଲ ଭାବେ ପୋଛି ସଫା କରିନିଅନ୍ତୁ । ଏବଂ ଶୀତ ଦିନ ପାଇଁ କିଣୁଥିବା ସମସ୍ତ ମଇଶ୍ଚୋରାଇଜରରେ ଶୁଷ୍କପଣ ଦୁର କରିବାର ଗୁଣ ନିହିତ ଥାଉ ।