ଦେଶରେ କମୁଛି ପଜିଟିଭିଟି ହାର

ଦେଶରେ କମୁଛି ପଜିଟିଭିଟି ହାର

ଦେଶରେ କମୁଛି ପଜିଟିଭିଟି ହାର
ନୂଆଦିଲ୍ଲା: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆମ ଦେଶରେ ଅନେକ ରାଜ୍ୟରେ ଲକଡାଉନ ଲାଗିଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୨ ଲକ୍ଷ ୧୧ ହଜାର ୨୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୩ ହଜାର ୮୪୭ ଜଣ ମୃତୁ୍ୟବରଣ କରିଛନ୍ତି । ଏହାରି ଭିତରେ ଆସିଲା ଆଉ ଏକ ବଡ ଖବର । ତାହା ହେଲା ଦେଶରେ ପଜିଟିଭିଟି ହାର କମୁଛି । କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦେଶରେ ପଜିଟିଭିଟି ହାର କମୁଛି । ଏପ୍ରିଲ ୨୯ରେ ଦେଶରେ ପଜିଟିଭିଟି ହାର ୨୧.୫% ଥିଲା । ଏବେ ତାହା ଖସି ୧୦.୪୫ ପ୍ରତିଶତରେ ପହଂଚିଛି । ଦେଶରେ ଗତ ତିନି ଦିନ ହେଲାଣି ପିଜିଟିଭିଟି ହାର ୧୦% ତଳେ ରହିଛି । ଗତ ୨୪ ଘଂଟାରେ ପିଜିଟିଭିଟି ହାର ୯.୭୫ ପ୍ରତିଶତ ରହିଛି ।