ଆଇଏମଏର ଉତ୍ତାରଖଣ୍ଡ ଶାଖା ପକ୍ଷରୁ ରାମଦେବଙ୍କୁ ଏକ ନୋଟିସ

ଆଇଏମଏର ଉତ୍ତାରଖଣ୍ଡ ଶାଖା ପକ୍ଷରୁ ରାମଦେବଙ୍କୁ ଏକ ନୋଟିସ

ଆଇଏମଏର ଉତ୍ତାରଖଣ୍ଡ ଶାଖା ପକ୍ଷରୁ ରାମଦେବଙ୍କୁ ଏକ ନୋଟିସ
ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଏଲୋପାଥି ଏବଂ କରୋନା ମହାମାରୀ ପାଇଁ ବ୍ୟବହୃତ ହେଉଥିବା ବିଜ୍ଞାନଭିତ୍ତିକ ଔଷଧ ବିରୋଧରେ ଦେଇଥିବା ମନ୍ତବ୍ୟକୁ ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ତୀବ୍ର ବିରୋଧ କରିଛି । ଆଇଏମଏର ଉତ୍ତାରଖଣ୍ଡ ଶାଖା ପକ୍ଷରୁ ରାମଦେବଙ୍କୁ ଏକ ନୋଟିସ ପଠାଯାଇଛି । ସେଥିରେ କୁହଯାଇଛି ଯଦି ତାଙ୍କ ବିବୃତିକୁ ଖଣ୍ଡନ କରିବା ଭଳି ଭିଡିଓ ଯଦି ସେ ପୋଷ୍ଟ ନକରନ୍ତି ଏବଂ ନିଃସର୍ତ୍ତ କ୍ଷମା ଲିଖିତ ଆକାରରେ ନ ମାଗନ୍ତି ତାହେଲେ ତାଙ୍କ ଠାରୁ ଆସନ୍ତା ୧୫ ଦିନ ମଧ୍ୟରେ ୧୦୦୦ କୋଟି ଟଙ୍କା ମାନହାନି ବାବଦରେ ଦାବି କରାଯିବ । ତେବେ ରାମଦେବଙ୍କୁ ବଞ୍ଚାଇବା ପାଇଁ ତାଙ୍କର ଘନିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣନ୍ ଆଗେଇ ଆସିଛନ୍ତି । ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଥିବା ବାଲକ୍ରିଷ୍ଣନ୍ କହିଛନ୍ତି, ଯୋଗଗୁରୁଙ୍କ ମନ୍ତବ୍ୟକୁ ଅଯଥା ବଡ଼ କରାଯାଉଛି । ତେବେ ଏଲୋପାଥି ଡାକ୍ତରମାନେ କରୋନିଲ ଆଣ୍ଟି କୋଭିଡ କିଟର ସଫଳତାକୁ ନେଇ ଦୁଃଖିତ ଅଛନ୍ତି । ତେଣୁ ସେମାନେ ଏହି ପ୍ରସଙ୍ଗକୁ ଅଯଥା ବଡ଼ କରୁଛନ୍ତି ବୋଲି ବାଲକ୍ରିଷ୍ଣନ କହିଛନ୍ତି । ଆଇଏମଏ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ମଧ୍ୟ ପତ୍ର ଲେଖି ରାମଦେବଙ୍କୁ ଦେଶଦ୍ରୋହ ଆଇନ ବଳରେ ଗିରଫ କରାଯିବା ପାଇଁ ଦାବି କରାଯାଇଛି ।