ନାଗରିକ ସଂଶୋଧନ ବିଲକୁ ନେଇ ନବୀନଙ୍କୁ ସମାଲୋଚନା କଲା କଂଗ୍ରେସ ଓ ଆରଜେଡି
ନାଗରିକ ସଂଶୋଧନ ବିଲକୁ ନେଇ ନବୀନଙ୍କୁ ସମାଲୋଚନା କଲା କଂଗ୍ରେସ ଓ ଆରଜେଡି
admin
Dec 12, 2019 - 08:32
Updated: Dec 12, 2019 - 08:32
ଭୁବନେଶ୍ୱର - ବିବାଦୀୟ ନାଗରିକତା ସଂଶୋଧନ ବିଲ ଲୋକସଭା ପରେ ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି । ଲୋକସଭାରେ ୩୧୧-୮୦ ଭୋଟରେ ଏହି ବିଲ ଗୃହୀତ ହୋଇଥିବାବେଳେ ରାଜ୍ୟସଭାରେ ୧୨୫-୧୦୫ ଭୋଟରେ ପାସ ହୋଇଛି । ଉଭୟ ଲୋକସଭା ଓ ରାଜ୍ୟ ସଭାରେ ଏହି ବିଲକୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଥିଲା । ଏହି ବିଲକୁ ବିରୋଧ କରି ଆସାମ ଓ ତ୍ରିପୁରାରେ ଚାଲିଥିବା ଆନେ୍ଦାଳନ ହିଂସାତ୍ମକ ମୋଡ଼ ନେଇଛି । ତେବେ ନାଗରିକତା ସଂଶୋଧନ ବିଲକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ବିଜେଡିକୁ କଡ଼ା ସମାଲୋଚନା କରିଛି କଂଗ୍ରେସ ଓ ଆରଜେଡି ।
ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ବି.କେ ହରିପ୍ରସାସ କହିଛନ୍ତି ଯେ, ଏହି ବିଲକୁ ସମର୍ଥନ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଜେଡିକୁ ବ୍ଲକମେଲିଂ କରିଥିବେ । ବ୍ଲାକମେଲିଂ କରି ଚିଟଫଣ୍ଡ ପେଡ଼ି ଖୋଲିବେ ବୋଲି ଧମକାଇ ଥିବେ । ବିଜେଡି-ବିଜେପି ମିଶି ଜିନ୍ନାଙ୍କ ସ୍ୱପ୍ନ ପରଣ ପାଇଁ ଚେଷ୍ଟା କରିଛନ୍ତି ।
ଅନ୍ୟପକ୍ଷରେ ନାଗରିକତା ସଂଶୋଧନ ବିଲକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ଆରଜେଡି ନେତା ମନୋଜ ଝା କହିଛନ୍ତି ଯେ, ବିଜୁ ବାବୁ ଥିଲେ ଏମିତି ହୋଇନଥାନ୍ତା । ବିଜୁ ବାବୁଙ୍କ ନାମରେ ପାର୍ଟି, ବିଜୁ ବାବୁ ଥିଲେ କ’ଣ ଏମିତି ହୋଇଥାନ୍ତା । ଆଜି ଯେମିତି ସମ୍ବିଧାନ ଫର୍ଦ୍ଧରେ କାଳିମା ଲାଗିଲା, ବିଜୁ ବାବୁ ଥିଲେ ହୋଇନଥାନ୍ତା । କେଜାଣି ନବୀନ ବାବୁଙ୍କ କ’ଣ ଦୁର୍ବଳତା ଅଛି ବୋଲି ମନୋଜ ଝା କହିଛନ୍ତି ।
ପ୍ରକାଶ ଯେ, ଲୋକସଭାରେ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଥିଲା ବିଜୁ ଜନତା ଦଳ । ନାଗରିକତା ସଂଶୋଦନ ବିଲ ଆଗତ ସପକ୍ଷରେ ବିଜେଡି ସାଂସଦମାନେ ଭୋଟ ଦେଇଥିଲେ ।
ଏ ସମ୍ପର୍କରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ, ଯେ, ବିଲେରେ କୌଣସି ଅସୁବିଧା ନାହିଁ । ଆମେ ଏହି ବିଲକୁ ଜେପିସିକୁ ପଠାଇବା ନିମନ୍ତେ କହିଥିଲେ । ଜେପିସିକୁ ପଠାଯିବା ପରେ ଗୃହରେ ବିଲକୁ ଆଗତ କରାଯାଇଛି । ଆମେ ବିଲରେ ୩ଟି ସଂଶୋଧନ ପ୍ରସ୍ତାବ ଦେଇଥିଲେ । ତନ୍ମଧ୍ୟରୁ ୨ଟି ଗୃହୀତ ହୋଇଥିବା ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ ।