ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ଦଣ୍ଡାଦେଶ

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ଦଣ୍ଡାଦେଶ କଲେ ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ । ଏଥିସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ସ୍ବତନ୍ତ୍ର ପୋକ୍ସୋ କୋର୍ଟ ସହକାରୀ ଜିଲ୍ଲା ଦୌରାଜଜ୍ ଭାସ୍କର ଚନ୍ଦ୍ର ସାହୁ ଶନିବାର ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ।
ଅଭିଯୁକ୍ତ ଜଣକ ଖଜୁରୀପଡା ଥାନା ଅନ୍ତର୍ଗତ କାଳିପ୍ରସାଦ ମିଶ୍ର ଓରଫ ଟୁଟୁ ହୋଇଥିବା ଜଣାପଡ଼ିଛି । ମାମଲା ଅନୁସାରେ, ୨୦୧୭ ମସିହା ଜୁଲାଇ ୧୩ ତାରିଖରେ ୯ ବର୍ଷର ଜଣେ ନାବାଳିକା ଅପରାହ୍ନ ୫ଟାରେ ପାଖ ଦେକାନକୁ ମିକ୍ସଚର କିଣିବା ପାଇଁ ଯାଇଥିଲେ । ସେଠାରେ କାଳିପ୍ରସାଦ ଚକୋଲେଟ ଦେବାକୁ କହି କିଛି ଦୂରକୁ ଡାକି ନେଇଥିଲା । ସେଠାରେ ଥିବା ଏକ ଭଙ୍ଗା କ୍ଲବ ଘରକୁ ନେଇ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ମାଆଙ୍କୁ ଦେଖି ଦୌଡି ପଳାଇଥିଲା । ନାବାଳିକା ମାଆଙ୍କ ଅଭିଯୋଗ କ୍ରମେ ଖଜୁରୀପଡା ଥାନା ପୋଲିସ ୬୭/୧୭ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ କାଳିପ୍ରସାଦକୁ ଗିରଫ କରିଥିଲା । ୯ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।