ନାବାଳିକା ଦୁଷ୍କର୍ମୀକୁ ଫାଶି

ନାବାଳିକା ଦୁଷ୍କର୍ମୀକୁ ଫାଶି

ନାବାଳିକା ଦୁଷ୍କର୍ମୀକୁ ଫାଶି
କଟକ: ସାଲେପୁର ଅଞ୍ଚଳରେ ସଂଘଠିତ ଜଣେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସୀମୀ ମହମ୍ମଦ ମୁସ୍ତାକକୁ ଫାଶି ଦଣ୍ଡାଦେଶ ଦେଲେ କୋର୍ଟ । ଗତ ୨୦୧୮ ଏପ୍ରିଲ ୨୧ ତାରିଖରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା । ଭାଇ ସହ ଖେଳୁଥିବା ଜଣେ ୬ ବର୍ଷର ନାବାଳିକାକୁ ମୁସ୍ତାକ ଉଠାଇ ନେଇଥିଲା । ଚକୋଲେଟ ବାହାନାରେ ତାକୁ ନେଇ ଦୁଷ୍କର୍ମ କରିଥିଲା । ଆଉ ପରେ ନାବାଳିକାର ମୁଣ୍ଡକୁ ଇଟାରେ ଛେଚି ଦେଇଥିଲା । ନାବାଳିକା ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ମୃତୁ୍ୟ ସହ ସଂଗ୍ରାମ କରି ନାବାଳିକା ଜଣକ ଏସସିବିରେ ଆଖି ବୁଜିଥିଲା । ଘଟଣାର ୧୯ ଦିନ ପରେ ପୁଲିସ ଚାର୍ଗସିଟ ଦାଖଲ କରିଥିଲା ।