ପିପିଲିରେ କଂଗ୍ରେସ ପ୍ରାର୍ଥୀ ହେବେ ଅଜିତଙ୍କ ପତ୍ନୀ ବନ୍ଦନା !

ପିପିଲିରେ କଂଗ୍ରେସ ପ୍ରାର୍ଥୀ ହେବେ ଅଜିତଙ୍କ ପତ୍ନୀ ବନ୍ଦନା !

ପିପିଲିରେ କଂଗ୍ରେସ ପ୍ରାର୍ଥୀ ହେବେ ଅଜିତଙ୍କ ପତ୍ନୀ ବନ୍ଦନା !
ଭୁବନେଶ୍ୱର: ପୁରୀ ଜିଲ୍ଲା କଂଗ୍ରେସ ସଭାପତି ତଥା ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପରିବାର ସହ କଥା ହୋଇଛନ୍ତି ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧି । ରାହୁଲ ଅଜିତଙ୍କ ଧର୍ମପତ୍ନୀ ବନ୍ଦନା ମଙ୍ଗରାଜ, ୨ ପୁଅ ଅଭିଳାଷ ଓ ଆଶୁତୋଷଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ସେ ସ୍ୱର୍ଗତ ମଙ୍ଗରାଜଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଏହି ସଂକଟ ସମୟରେ କଂଗ୍ରେସ ଦଳ ତାଙ୍କ ପରିବାର ସହ ଛିଡା ହୋଇଛି ଓ ଆଗକୁ ମଧ୍ୟ ରହିବ ବୋଲି କହି ସମବେଦନା ଜଣାଇଥିଲା । ଅଜିତ କଂଗ୍ରେସ ଦଳର ଜଣେ ସିପାହୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ରାହୁଲ କହିଥିଲେ । ଓଡ଼ିଶା ପ୍ରଭାରୀ ସାଂସଦ ଏ.ଚେଲ୍ଲା କୁମାର ଓ ସହ ପ୍ରଭାରୀ ରୁଦ୍ର ରାଜୁ ଫୋନ ଯୋଗେ ଏ ନେଇ ସୂଚନା ଦେଇଛନ୍ତି । ରାହୁଲଙ୍କ ବାର୍ତ୍ତାଳାପ ପରେ ପିପିଲି ଉପନିର୍ବାଚନରେ କଂଗ୍ରେସ ଅଜିତଙ୍କ ପତ୍ନୀ ବନ୍ଦନାଙ୍କୁ ପ୍ରାର୍ଥି କରିପାରେ ବୋଲି କର୍ମୀଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାକୁ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଖୋଲା ସମର୍ଥନ କରିଛନ୍ତି । ଏଥିସହ ପିପିଲି ଓ ଡେଲାଙ୍ଗର କଂଗ୍ରେସ ବ୍ଲକ ସଭାପତି ମଧ୍ୟ ସମର୍ଥନ ଜଣାଇଥିବା ଆଲୋଚନା ହେଉଛି । ବନ୍ଦନାଙ୍କ ଘର ମଧ୍ୟ ଏହି ତିନି ନିର୍ବାଚନୀମଣ୍ଡଳୀରେ । କଂଗ୍ରେସ ତାଙ୍କୁ ପ୍ରାର୍ଥୀ କଲେ ଅନୁକମ୍ପା ଭୋଟ ମିଳିପାରିବ ବୋଲି ଗୋଟିଏ ଗୋଷ୍ଠୀ ଦାବି କରିଛନ୍ତି ।