ପୁରୀ ପାଇଁ ଆହୁରି ୪୦ କୋଟି

ପୁରୀ ପାଇଁ ଆହୁରି ୪୦ କୋଟି

ପୁରୀ ପାଇଁ ଆହୁରି ୪୦ କୋଟି
ପୁରୀ: ଶ୍ରୀମନ୍ଦିରର ସୌନ୍ଦର୍ୟ୍ୟକରଣ ପାଇଁ ମନ୍ଦିର ପରିସରରୁ ୭୫ ମିଟର ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା ଚାଲୁଛି । ତେବେ ବହୁ ସ୍ଥାନରେ ଏହାର ପ୍ରତିବାଦ ମଧ୍ୟ କରାଯାଉଛି । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ବିଭିନ୍ନ ଜମି ଅଧିଗ୍ରହଣ ଯୋଜନାକୁ ଆଗେଇବା ପାଇଁ ୪୦ କୋଟି ମଂଜୁର ହୋଇଛି । ଏଥିରେ ଅଧିଗ୍ରହଣର ଏକ ମାସ ମଧ୍ୟରେ ଜମି ହସ୍ତାନ୍ତର ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ୧୦ ଭାଗ ଅଧିକ ସହାୟତା ଯୋଗାଇ ଦିଆଯିବ । ଜମି ଅଧିଗ୍ରହଣ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜମି ଦେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସର୍ଭେ କରାଯାଇ ଏହି ପରିବାରଙ୍କୁ ପ୍ରାଧାନ୍ୟ ଦିଆଯିବ । ଏହି ସର୍ଭେରେ ମନ୍ଦିରର ସୁରକ୍ଷା ଜୋନର ୭୫ ମିଟର ମଧ୍ୟରେ ପ୍ରାୟ ୫ଟି ମୌଜାର ୧୫ ଏକର ଜମି ଅଧିଗ୍ରହଣ କରିବା ପାଇଁ ନିଷ୍ପତି ହୋଇଛି । ପ୍ରଶାସନର ୫ଟି ଟିମ୍ ଏହି ସର୍ବେକ୍ଷଣରେ ସାମିଲ ଅଛନ୍ତି । ସେମାନେ ଘରଘର ବୁଲି ବିସ୍ଥାପିତତଙ୍କ ସହ ଆଲୋଚନା କରି ସେମାନଙ୍କର ମତ ନେଉଛନ୍ତି । ଏହାଦ୍ୱାରା ସମାଜରେ କଣ ପ୍ରଭାବ ପଢୁଛି ତାହାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।