ପୋଡ଼ି ହୋଇଯାଇଥିବା ଝିଅକୁ ଗୁଣିଗାରେଡି ଚିକିତ୍ସା
ପୋଡ଼ି ହୋଇଯାଇଥିବା ଝିଅକୁ ଗୁଣିଗାରେଡି ଚିକିତ୍ସା
admin
Jan 11, 2021 - 11:33
Updated: Jan 11, 2021 - 11:33
ଅତାବିରା: ବରଗଡ଼ ଉପକଣ୍ଠ ଡାଙ୍ଗଠାରେ ମୃତ ବ୍ୟକ୍ତି ପୁଣି ଜୀବିତ ହେବା ଆଶାରେ ପରିବାର ଲୋକେ ଶବକୁ ୧୦ ଦିନ ଧରି ଘର ଭିତରେ ରଖିବା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଘଟଣାର ୨୪ ଘଣ୍ଟା ନ ପୁରୁଣୁ ପୁଣି ଏହି ଜିଲ୍ଲାର ଅତାବିରା ବ୍ଲକରୁ ଆଉ ଏକ ଅନ୍ଧବିଶ୍ୱାସର କାହାଣୀ ସାମନାକୁ ଆସିଛି । ଖରମୁଣ୍ଡା ପଞ୍ଚାୟତ ରୁଣିପାଲି ଗାଁରେ ନିଅାଁରେ ପୋଡି ହୋଇଯାଇଥିବା ଏକ ଝିଅକୁ ଡାକ୍ତରଖାନା ନିଆଯିବା ବଦଳରେ ୮ ଦିନ ଗୁଣିଗାରେଡି ଭରସାରେ ଛାଡି ଦିଆଯାଇଥିବା କଥା ପଦାକୁ ଆସିଛି । ଝିଅଟିର ସ୍ୱାସ୍ଥ୍ୟ ଅତ୍ୟଧିକ ବିଗିଡିଯିବାରୁ ତାକୁ ଶେଷରେ ବୁର୍ଲା ମେଡିକାଲକୁ ଭର୍ତ୍ତି କରାଯାଇଛି । ରୁନିପାଲି ଖ୍ରୀଷ୍ଟିଆନ ପଡାର ଫିଲିପସ ସୋରେନଙ୍କ ତିନି ବର୍ଷ ଝିଅ ବିମଳା ଗତ ୩୧ ତାରିଖ ରାତିରେ ଖେଳୁଥିବା ବେଳେ ଡିବିରିରେ ପୋଡ଼ି ଯାଇଥିଲା । ଝିଅର ଅଣ୍ଟାରୁ ତଳକୁ ପୋଡ଼ି ଯାଇଥିଲା । ଫିଲିପସ ଓ ତାଙ୍କ ପତ୍ନୀ କୃଷି ଶ୍ରିକ ଭାବେ କାମ କରନ୍ତି । ଆବଶ୍ୟକ ପରାମର୍ଶ ଅଭାବରୁ ଲୋକଙ୍କ କଥା ଶୁଣି ଗୁଣିଗାରେଡି କରିଥିଲେ । ପରେ ଗ୍ରାମର କ୍ୱାକଙ୍କୁ ଦେଖାଇଥିଲେ । ଝିଅର ଅବସ୍ଥା ସଂକଟାପନ୍ନ ହେବାରୁ ଜୟନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତି ମୋବାଇଲ ଭିଡିଓ ମାଧ୍ୟମରେ ବିଜେପୁର ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଝିଅକୁ ତୁରନ୍ତ ଡାକ୍ତରଖାନା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଜୟନ୍ତ ଓ ତାଙ୍କ ସାଥୀ ଗୁଡୁ କ୍ଷତ୍ରୀ ଝିଅକୁ ପିତାମାତା ସହ ବୁର୍ଲା ମେଡିକାଲ ନେଇଥିଲେ । ଝିଅର ପୋଡା ସ୍ଥାନ ସଂକ୍ରମିତ ହୋଇଯାଇଛି । ତାକୁ ବର୍ଣ୍ଣ ୟୁନିଟରେ ରଖାଯାଇଛି । ସେଠାରେ ଚିକିତ୍ସା କରିବା ପରେ ଅବସ୍ଥାରେ ସାମାନ୍ୟ ସୁଧାର ଆସୁଥିବା କୁହାଯାଉଛି ।