ବନ୍ଦକୁ ଅଦ୍ଭୁତପୂର୍ବ ସମର୍ଥନ : ନିରଞ୍ଜନ

ବନ୍ଦକୁ ଅଦ୍ଭୁତପୂର୍ବ ସମର୍ଥନ : ନିରଞ୍ଜନ

ବନ୍ଦକୁ ଅଦ୍ଭୁତପୂର୍ବ ସମର୍ଥନ : ନିରଞ୍ଜନ
ଭୁବନେଶ୍ୱର: କଂଗ୍ରେସର ଓଡିଶା ବନ୍ଦ ପାଳନ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସାରା ରାଜ୍ୟରେ ବନ୍ଦର ପ୍ରଭାବ ଅନୁଭୂତି ହୋଇଛି । ଆଜି ବନ୍ଦକୁ ଅଦ୍ଭୁତପୂର୍ବ ସମର୍ଥନ ମିଳିଛି । ତେଲ ଦର ସାଧାରଣ ଲୋକଙ୍କୁ ବହୁତ ବାଧିଛି । ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାଇବାକୁ ନିରଞ୍ଜନ କହିଛନ୍ତି । ରାଜ୍ୟ ସରକାର ୧୦ ଟଙ୍କା କମ୍ କରନ୍ତୁ ତେଲ ଦର । କୌଣସି ସ୍ଥାନରେ ହିଂସାକାଣ୍ଡ ଘଟିଥିଲେ ଦୁଃଖିତ ବୋଲି ନିରଞ୍ଜନ ଜଣାଇଛନ୍ତି ।