ବରେଇପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ୩ ମୃତ ଜଣେ ଗୁରୁତର

ବରେଇପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ୩ ମୃତ ଜଣେ ଗୁରୁତର

ବରେଇପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା , ୩ ମୃତ ଜଣେ ଗୁରୁତର
ସମ୍ବଲପୁର : ସମ୍ବଲପୁର ବରେଇପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ , ୨ ଟି ବାଇକରେ ୪ ଜଣ ଯାଉଥିବାବେଳେ ବୀପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଛି । ଘଟଣାରେ ୪ ଜଣ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସମସ୍ତେ ହୀରାକୁଦ ଅଂଚଳର ବୋଲି ଜଣାପଡିଛି ।