ଭୋଜି ଖାଇ ୪୦୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ

ଭୋଜି ଖାଇ ୪୦୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ

ଭୋଜି ଖାଇ ୪୦୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ
ଡେଲାଙ୍ଗ : କଣାସ ବ୍ଲକରେ ଭୋଜି ଖାଇ ୪୦୦ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆକ୍ରାନ୍ତଙ୍କୁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଁର ଅଧିକାଂସ ଲୋକ ଏକ ବିବାହକୁ ଭୋଜି ଖାଇବାକୁ ଯାଇଥିଲା । କିନ୍ତୁ ସମସ୍ତ ଭୋଜି ସେଠାରୁ ଫେରିବା ପରେ ଝାଡ଼ାବାନ୍ତିର ଆକ୍ରାନ୍ତ ହୋଇଥିଲେ । ସମସ୍ତଙ୍କୁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ୪୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କିଛି ଲୋକ ମେଡିକାଲରୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ସୂଚନା ମିଳିଛି । ଆଉ କିଛି ଲୋକଙ୍କ ଚିକିତ୍ସା ଜାରି ରହିଛି । ଲଗାତର ଭାବେ ଡାକ୍ତରୀ ଟିମ୍‌ ସେମାନଙ୍କ ଉପରେ ନଜର ରଖିଛନ୍ତି ।