ମହାନଦୀରୁ ଉଦ୍ଧାର ହେଲେ ଅମ୍ଳାନଙ୍କ ପତ୍ନୀ :କଣ କହିଲେ ଜାଣନ୍ତୁ
ମହାନଦୀରୁ ଉଦ୍ଧାର ହେଲେ ଅମ୍ଳାନଙ୍କ ପତ୍ନୀ :କଣ କହିଲେ ଜାଣନ୍ତୁ
admin
Nov 16, 2020 - 06:48
Updated: Nov 16, 2020 - 06:48
କଟକ: ଅଭିନେତା ଅମ୍ଲାନ ଦାସଙ୍କ ପତ୍ନୀ ଭୂମିକା ରବିବାର ଅପରାହ୍ନରେ ମଧୁସୂଦନ ସେତୁ ଉପରେ ଛିଡ଼ା ହୋଇଥିବା ବେଳେ ମହାନଦୀରୁ ଖସି ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା କେତେକ ଯୁବକଙ୍କ ସାହସିକତା ଯୋଗୁଁ ସେ ଅଳ୍ପାକ ଉଦ୍ଧାର ପାଇଯାଇଥିଲେ । ଖବର ପାଇ ଫେଜ-୨ ଥାନା ପୁଲିସ ପହଞ୍ଚି ଉକ୍ତ ଯୁବକମାନଙ୍କ ସହାୟତାରେ ଭୂମିକାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମେଡିକାଲ ନେଇଥିଲେ । ଭୂମିକାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସ୍ଥିର ଥିବା ବେଳେ ସେ ଦୁର୍ଘଟଣାବଶତଃ ଖସିପଡ଼ିଥିଲେ ନା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି । ପୁଲିସ ସୂଚନା ମୁତାବକ, ଦିନ ପ୍ରାୟ ୧ . ୩୪ ରେ ମର୍କତନଗରରୁ ଚୌଦ୍ୱାର ନୂଆପଟଣାକୁ ସଂଯୋଗ କରୁଥିବା ମଧୁସୂଦନ ସେତୁରୁ ଜଣେ ମହିଳା ଖସି ପଡ଼ିଥିବା ନେଇ ଥାନାକୁ ଖବର ଆସିଥିଲା । ଏହା ପରେ ତୁରନ୍ତ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା । ସମ୍ପୃକ୍ତ ମହିଳା ଜଣଙ୍କ ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକା ବୋଲି ପୁଲିସ ଜାଣିବାକୁ ପାଇଥିଲା । ସେତେବେଳେ ଭୂମିକା ସେତୁ ଠାରୁ ପ୍ରାୟ ୨୫ ରୁ ୩୦ ଫୁଟ ପର୍ୟ୍ୟନ୍ତ ଭାସି ଯାଇଥିଲେ । ନିଜ ଜୀବନକୁ ବାଜି ଲଗାଇ ଏଏସଆଇ ତ୍ରୈଲୋକ୍ୟନାଥ ପରିଡ଼ା ଓ ଏଏସଆଇ ପର୍ଶୁରାମ ଜାଲି ଓ କେତେକ ସ୍ଥାନୀୟ ଯୁବକ ପାଣିକୁ ଡେଇଁ ଭୂମିକାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଳେ । ଅନ୍ୟପଟେ ସେଠାରେ ସ୍ରୋତ ଥିବାରୁ ଭୂମିକା ଆହୁରି ଆଗକୁ ଭାସି ଯାଇଥିଲେ । ଏହା ଦେଖି ସମ୍ପୃକ୍ତ ଯୁବକ ମାନେ ମଧ୍ୟ ପାଣିକୁ ଡେଇଁ ଉଦ୍ଧାର କାର୍ୟ୍ୟରେ ସହଯୋଗ କରିଥିଲେ । ଏକ ଗାଡ଼ିରୁ ରଶି ଆଣି ପାଣି ଭିତରୁ ଭୂମିକାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ପୁଲିସ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଅଧିକ ପଚରା ଉଚରା କରିଛି । ଏଥି ସହିତ ତାଙ୍କ ସ୍ୱାମୀ ଅଭିନେତା ଅମ୍ଳାନଙ୍କୁ ମଧ୍ୟ ଥାନାକୁ ଡାକି ପଚରା ଉଚରା କରାଯାଇଥିଲା । କାଳୀପୂଜାରେ ବିସର୍ଜିତ ଫୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଫିଙ୍ଗିବା ଲାଗି ଭୂମିକା ମଧୁସୂଦନ ସେତୁ ଆସିଥିଲେ । ସେତୁ ମଝିରେ ଛିଡ଼ା ହୋଇ ଫିଙ୍ଗିବା ବେଳେ ଅସାବଧାନତା ଯୋଗୁଁ ଭୂମିକା ପାଣିକୁ ଖସି ପଡ଼ିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଡିସିପି ପ୍ରତୀକ ସିଂହ କହିଛନ୍ତି ।