ମାଡିଗଲା ଡମ୍ଫର, ୧୫ ମୃତ

ମାଡିଗଲା ଡମ୍ଫର, ୧୫ ମୃତ

ମାଡିଗଲା ଡମ୍ଫର, ୧୫ ମୃତ
ଗୁଜୁରାଟ:ସୁରଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୧୫ ଜଣଙ୍କ ମୃତୁ୍ୟ ଘଟିଛି । ଫୁଟପାଥରେ ଶୋଇଥିବା ବେଳେ ଡମ୍ଫର ମାଡିଯାଇଥିବା ସୂଚନା ମିଳିଛି । ସମସ୍ତ ୧୫ ଜଣ ମୃତକ ଶ୍ରମିକ ଥିବା ଜଣାପଡିଛି । ୬ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ମୃତ ଶ୍ରମିକଙ୍କ ଘର ରାଜସ୍ଥାନରେ ବୋଲି ସୂଚନା ମିଳିଛି । ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତ ରାଶି ଘୋଷଣା କରାଯାଇଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।