ମୋଦି ସରକାର ଜାତୀୟ ବିପର୍ଯ୍ୟୟର ସାମ୍ନା କରିପାରନ୍ତି : ଲାନସେଟ

ମୋଦି ସରକାର ଜାତୀୟ ବିପର୍ଯ୍ୟୟର ସାମ୍ନା କରିପାରନ୍ତି : ଲାନସେଟ

ମୋଦି ସରକାର ଜାତୀୟ ବିପର୍ଯ୍ୟୟର ସାମ୍ନା କରିପାରନ୍ତି : ଲାନସେଟ
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ସ୍ଥିତି ଭୟାବହ ରହିଛି ଏବଂ ଏହା ସମଗ୍ର ବିଶ୍ୱ ପାଇଁ ସତର୍କ ଘଣ୍ଟି ବୋଲି ୟୁନିସେଫ (ଜାତିସଂଘ ଶିଶୁ ପାଣ୍ଠି) କହିଛି । ଭାରତରେ ସଂକ୍ରମଣ ଜଙ୍ଗଲର ନିଆଁ ଭଳି ବ୍ୟାପୁଥିବାରୁ ଅନ୍ୟ ସମସ୍ତ ପ୍ରମୁଖ ରାଷ୍ଟ୍ର ଭାରତକୁ ସହାୟତାର ହାତ ବଢ଼ାଇବାକୁ ୟୁନିସେଫ କାର୍ଯ୍ୟକାରୀ ନିଦେ୍ର୍ଧଶକ ହେନରିଟା ଫୋର କହିଛନ୍ତି । ଭାରତରେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ସଂକ୍ରମଣ ରୋକିବାରେ ସମର୍ଥ ହେଉନାହିଁ ବୋଲି ସେ କହିଛନ୍ତି । ୟୁନିସେଫ ନିକଟରେ ଭାରତକୁ କେତେକ ମେଡିକାଲ ସାମଗ୍ରୀ ପଠାଇଥିବା ସେ କହିଛନ୍ତି । ଅନ୍ୟ ପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ମେଡିକାଲ ଜର୍ଣ୍ଣାଲ ଲାନସେଟର ସମ୍ପାଦକୀୟରେ କରୋନା ପରିଚାଳନା ନେଇ ଭାରତ ସରକାରଙ୍କ କାର୍ଯ୍ୟକୁ ତୀବ୍ର ସମାଲୋଚନା କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ପରିଚାଳନା ନେଇ ଭାରତ ଯେଉଁ ସଫଳତା ହାସଲ କରିଥିଲା ତାହାକୁ ପରେ ନଷ୍ଟ କରିଦେଇଛି ବୋଲି ମାଗାଜିନ ପକ୍ଷରୁ କୁହାଯାଇଛି । ଏପରିକି ଏହି ସଂକଟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଅକ୍ଷମଣୀୟ ବୋଲି ଉଲ୍ଲେଖ କରାଯାଇଛି । କେବଳ ସେତିକି ନୁହେଁ ଯଦି ଅଗଷ୍ଟ ପହିଲା ସୁଦ୍ଧା ୧୦ ଲକ୍ଷ କରୋନା ମୃତୁ୍ୟ ଆକଳନ ଠିକ ହୁଏ ତାହା ହେଲେ ମୋଦି ସରକାର ଜାତୀୟ ବିପର୍ଯ୍ୟୟର ସାମ୍ନା କରିପାରନ୍ତି ବୋଲି ଲାନସେଟ ପକ୍ଷରୁ କୁହାଯାଇଛି । ସରକାରଙ୍କ ନିଦେ୍ର୍ଧଶ ପରେ ଟ୍ୱିଟର ପକ୍ଷରୁ ୫୦ ରୁ ଅଧିକ ପୋଷ୍ଟକୁ ହଟାଇ ଦିଆଯିବା ସମ୍ପର୍କରେ ଉଲ୍ଲେଖ କରି ଲାନସେଟରେ କୁହାଯାଇଛି ଯେ ମହାମାରୀ ସମୟରେ ସମାଲୋଚନା ଓ ଖୋଲା ଆଲୋଚନକୁ ଦବାଇ ଦେବା ପାଇଁ ସରକାରଙ୍କ ଉଦ୍ୟମ ଓ କାର୍ଯ୍ୟ ଅକ୍ଷମଣୀୟ । ସରକାର ତାଙ୍କ ନିଜ ତ୍ରୁଟିକୁ ସ୍ୱୀକାର କରିବା ଏବଂ ବୈଜ୍ଞାନିକ ଭିତ୍ତିରେ ଜନସ୍ୱାସ୍ଥ୍ୟର ପରିଚାଳନା କରିବା ଉପରେ ଦ୍ୱିତୀୟ ଲହର କରୋନା ସଂକ୍ରମଣ ନିୟନ୍ତ୍ରଣର ସଫଳତା ନିର୍ଭରଶୀଳ ବୋଲି ମାଗାଜିନରେ ଦର୍ଶାଯାଇଛି ।