ମୋବାଇଲ ଟାୱାର ଜାଳିଦେଲେ ମାଓବାଦୀ

ମୋବାଇଲ ଟାୱାର ଜାଳିଦେଲେ ମାଓବାଦୀ

ମୋବାଇଲ ଟାୱାର ଜାଳିଦେଲେ ମାଓବାଦୀ
ମାଲକାନଗିରି : ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋର ଗାଁରେ ଥିବା ବିଏସଏନଏଲ ମୋବାଇଲ ଟାୱାରକୁ ମାଓବାଦୀ ନିଆଁ ଲଗାଇ ପୋଡ଼ି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ପ୍ରାୟ ୧୫ ଜଣ ସଶସ୍ତ୍ର ମାଓବାଦୀ ଏରାବୋର ଗାଁରେ ପହଞ୍ଚô ମୋବାଇଲ ଟାୱାରରେ ନିଆଁ ଲଗାଇ ଜାଳି ଦେଇଥିଲେ । ଏହା ସହିତ ରାଜରାସ୍ତା ଉପରେ ପଥର ଓ ମାଓ ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ । ସିଆରଏଫ ବାହିନୀ ଘଟଣାସ୍ଥଳରେ ପହଞ୍ଚôରାସ୍ତା ଅବରୋଧକୁ ହଟାଇଥିଲେ । ମାଲକାନଗିରି ଜିଲାର ମୋଟୁ ସୀମାନ୍ତଠାରୁ ମାତ୍ର ୨ କିଲୋମିଟର ଦୂର ଜାତୀୟ ରାଜପଥ ଉପରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି । ଏହାକୁ ନେଇ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ମାଲାକାନଗିରି ଆରକ୍ଷୀ ଅଧିକ୍ଷକ କହିଛନ୍ତି ।