ରାଜଧାନୀରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ।

ରାଜଧାନୀରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ।

ରାଜଧାନୀରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ।
ରାଜଧାନୀରେ ଖୁଲମାଖୁଲା ଚାଲିଛି ବ୍ରାଉନସୁଗାର ବେପାର । ଯେତେ ଖୋଜିଲେ ବି ମାଷ୍ଟରମାଇଣ୍ଡର ଟେର ପାଉନି ପୋଲିସ । ଏହା ଭିତରେ ଆଜି ପୁଣି ରାଜଧାନୀରେ କୋଟିଏ ଟଙ୍କାର ଧଳାଜହର ଅର୍ଥାତ୍ ବ୍ରାଉନ୍ ସୁଗାର ଜବତ ହୋଇଛି । ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ୍ ଟମ୍ । ରାଜଧାନୀରୁ ଜବତ ହୋଇଛି କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଧଳାଜହର । ବାଲେଶ୍ବରରୁ ୩ଜଣ ଜଣ ବେପାରୀ ବ୍ରାଉନସୁଗାର ନେଇ ଆସୁଥିବା ବେଳେ ରାଜଧାନୀରୁ ଜବତ ହୋଇଛି । ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଖବର ପାଇ ଖଣ୍ଡଗିରି ଅଞ୍ଚଳରେ ଜଗି ରହିଥିଲେ । ତିନି ଯୁବକ ପହଞ୍ଚିବା ପରେ ସେମାନଙ୍କୁ ଧରିଥିଲା ଏସଟିଏଫ ଟିମ୍ । ୩ ଯୁବକଙ୍କ ମଧ୍ୟରୁ ୨ ଜଣ ଯୁବକ ଧରାପଡିଥିବା ବେଳେ ଜଣେ ଯୁବକ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଜବତ ବ୍ରାଉନସୁଗାର ପ୍ରାୟ ୧ କେଜି ଓଜନର ହେବ ବୋଲି ଜଣାପଡିଛି । ଗିରଫ ଦୁଇ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଜବତ ବ୍ରାଉନସୁଗାର କେଉଁଠାରୁ ଆସିଥିଲା ଏବଂ ଏମାନେ କାହା ପାଖକୁ ନେଇ ଯାଉଥିଲେ ।