ରାଜ୍ୟର ଅଛନ୍ତି ୨୫୪୦ କିନ୍ନର: ମୟୂରଭଞ୍ଜ ସର୍ବାଧିକ, ନୂଆପଡ଼ାରେ ସର୍ବନିମ୍ନ

ରାଜ୍ୟର ଅଛନ୍ତି ୨୫୪୦ କିନ୍ନର: ମୟୂରଭଞ୍ଜ ସର୍ବାଧିକ, ନୂଆପଡ଼ାରେ ସର୍ବନିମ୍ନ

ରାଜ୍ୟର ଅଛନ୍ତି ୨୫୪୦ କିନ୍ନର: ମୟୂରଭଞ୍ଜ ସର୍ବାଧିକ, ନୂଆପଡ଼ାରେ ସର୍ବନିମ୍ନ
ଭୁବନେଶ୍ୱର: ରାଜ୍ୟରେ ୨୫୪୦ ଜଣ କିନ୍ନରଙ୍କୁ ଚିହ୍ନଟ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୬୬ ଜଣ କିନ୍ନର ଥିବା ବେଳେ ବାଲେଶ୍ୱରରେ ୩୦୨ ଓ ରାୟଗଡ଼ାରେ ୧୦୮ ଜଣ କିନ୍ନର ଅଛନ୍ତି । ନୂଆପଡ଼ା ଜିଲ୍ଲାରେ ସର୍ବନିମ୍ନ ୪ ଜଣ କିନ୍ନର ଅଛନ୍ତି । ବିଧାନସଭାରେ ବିଧାୟକ ମୌଷଧି ବାଗଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଏହି ତଥ୍ୟ ଦେଇଛନ୍ତି । ତେବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କିନ୍ନର ମାନଙ୍କୁ ଚିହ୍ନଟ ପ୍ରକି୍ରୟା ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ ଆହୁରି ଦର୍ଶାଇଛନ୍ତି ଯେ ରାଜ୍ୟରେ କିନ୍ନରଙ୍କ ଜୀବିକା ପାଇଁ ରାଜ୍ୟ ସରକାର ‘ସ୍ୱୀକୃତି’ ନାମରେ ଏକ ସ୍ୱତନ୍ତ୍ର ଯୋଜନା ୨୦୧୮-୧୯ ମସିହାରୁ କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନା ମାଧ୍ୟମରେ କିନ୍ନରମାନଙ୍କ ଚିହ୍ନଟ ପିତାମାତାଙ୍କୁ ସହାୟତା, ଛାତ୍ରବୃତ୍ତି, ବ୍ୟକ୍ତିତ୍ୱ ବିକାଶ, ପ୍ରଶିକ୍ଷଣ, ଆତ୍ମନିଯୁକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ଓ ସଚେତନତା କାର୍ଯ୍ୟକ୍ରମମାନ କରିବାର ବ୍ୟବସ୍ଥା କରାଯାଇ କାର୍ଯ୍ୟକାରୀ କରାଯାଇଛି । ଏହା ବାଦ ରାଜ୍ୟ ସରକାର କିନ୍ନରମାନଙ୍କୁ ମଧୁ ବାବୁ ପେନସନ ଯୋଜନାରେ ସାମିଲ କରି ସେମାନଙ୍କୁ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ।