ରାଜ୍ୟରେ ଆଉ ୪୮ ଘଣ୍ଟା ଲାଗିରହିବ ହାଲୁକା ଶୀତ, ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୨୯ ଓ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି

ଭୁବନେଶ୍ୱର: ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ହାଲୁକା ଶୀତ ଲାଗିରହିବ । କେତେକ ସ୍ଥାନରେ ସ୍ୱାଭାବିକ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମ୍ ରହିବ । ତେବେ ଏହାପରେ କିନ୍ତୁ ଉଭୟ ଦିନ ଓ ରାତିର ତାପମାତ୍ରା ବହୁ ପରିମାଣରେ ବୃଦ୍ଧି ପାଇବ । କେଉଁଠି ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ତ ଆଉ କେଉଁଠି ୬ ଡିଗ୍ରି ଯାଏ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆକଳନ କରାଯାଇଛି ଯେ ୧୨ ଓ ୧୩ ତାରିଖରେ ଅନୁଗୁଳ, ବାଲେଶ୍ୱର, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଥଣ୍ଡା ଅନୁଭୂତ ହେବ । କାଁ ଭାଁ ସ୍ଥାନରେ କୁହୁଡ଼ି ପଡ଼ିପାରେ । ନ ହେଲେ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୨୯ ଓ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରହିବ । ଗତ ୨୪ ଘଣ୍ଟା ଭିତରେ ଅନୁଗୁଳ ଓ ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଉକ୍ତ ସହରରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରହିଥିଲା । ଏହାବ୍ୟତୀତ ବୌଦ୍ଧରେ ୮.୫, ଝାରସୁଗୁଡ଼ାରେ ୯.୬, କେନ୍ଦୁଝରରେ ୯.୮ ଡିଗ୍ରି ରେକର୍ଡ ହୋଇଛି । ଅନ୍ୟ ସମସ୍ତ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।