ସିଡିଏସ ବିପିନ ରାୱତଙ୍କ ପାଇଁ ବିଧାନସଭାରେ ଶୋକ

ସିଡିଏସ ବିପିନ ରାୱତଙ୍କ ପାଇଁ ବିଧାନସଭାରେ ଶୋକ

ସିଡିଏସ ବିପିନ ରାୱତଙ୍କ ପାଇଁ ବିଧାନସଭାରେ ଶୋକ

ଭୁବନେଶ୍ୱର: ତାମିଲନାଡୁର କୁନ୍ନୁରରେ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର କ୍ରାସ ଘଟଣାରେ ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ରହି ଏହି ଶୋକ ପ୍ରସ୍ତାବ ଆଗତ କରିଛନ୍ତି ।  ସିଡିଓଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତୁ୍ୟକୁ ନେଇ ଶୋକ ପ୍ରସ୍ତାବ ଆଗତ ହୋଇଛି । 

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଏହି ଶୋକ ପ୍ରସ୍ତାବକୁ ବିଜେପି ବିଧାୟକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ସମର୍ଥନ କରିବା ସହ ଶୋକସନ୍ତପ ପରିବାର ବର୍ଗଙ୍କୁ ସ୍ୱାନ୍ତନା ଦେଇଛନ୍ତି ।

ଭାରତର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ବାୟୁସେନାର ଏକ ହେଲିକପ୍ଟର ତାମିଲନାଡୁର କୁନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ଅଧିକାରୀଙ୍କ ପରଲୋକ ଘଟିଛି। ଜେନେରାଲ୍ ରାୱତଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି।   ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ୍ ରାୱତଙ୍କ ସହ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ଭିତରେ ଅଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ହେଉଛନ୍ତି ଅନୁଗୁଳ ତାଳଚେରର ରାଣା ପ୍ରତାପ ଦାସ।
ସୂଚନା ଅନୁସାରେ ସେ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ୟ୍ୟରତ ଥିଲେ। ତାଙ୍କ ବିୟୋଗରେ ପରିବାର ଓ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି