୨୦୨୩ ସେପ୍ଟେମ୍ବରରୁ ତାଳଚେର ସାର କାରଖାନାରୁ ଉପôାଦନ

୨୦୨୩ ସେପ୍ଟେମ୍ବରରୁ ତାଳଚେର ସାର କାରଖାନାରୁ ଉପôାଦନ

୨୦୨୩ ସେପ୍ଟେମ୍ବରରୁ ତାଳଚେର ସାର କାରଖାନାରୁ ଉପôାଦନ
ଭୁବନେଶ୍ୱର - ୨୦୨୩ ସେପ୍ଟେମ୍ବରରୁ କୋଇଲା ଗ୍ୟାସିଫିକେସନ ଆଧାରିତ ତାଳଚେର ସାର କାରଖାନରୁ ୟୁରିଆ ଉପôାଦନ ଆରମ୍ଭ ହେବ । ଦେଶର ଫାଷ୍ଟ-ଅଫ-ଇଟସ କାଇଣ୍ଡ ଏହି ପ୍ଲାଣ୍ଟରୁ ବାର୍ଷିକ ୧.୨୭ ନିୟୁତ ଟନ ନିମ କୋଟେଡ ୟୁରିଆ ଉପôାଦନ ହୋଇପାରିବ । କେନ୍ଦ୍ର ସାର ସଚିବ ଛବିଳେନ୍ଦ୍ର ରାଉଳ ସୋମବାର କହିଛନ୍ତି, ଅତୀତରେ ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ୍) ଦ୍ୱାରା ପରିଚାଳିତ ଏହି ସାର କାରଖାନାର ଉପôାଦନ ୧୯୯୯ ରୁ ବନ୍ଦ ରହିଛି । ଏହାର ପୁନରୁଦ୍ଧାର ପାଇଁ ଗେଲ ଇଣ୍ଡିଆ ଲିମିଟେଡ, କୋଲ ଇଣ୍ଡିଆ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର୍ସ (ଆରସିଏଫ) ଓ ଏଫସିଆଇଏଲ ମିଳିତ ଭାବେ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫଏଲ୍) ନାମକ ଯୌଥ ଉଦ୍ୟୋଗ ଗଠନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଳଚେର ସାର କାରଖାନା ପୁନରାବୃତ୍ତି ପାଇଁ ୮.୦୦୦ କୋଟି ଟଙ୍କାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।