୨୫୦ ଗ୍ରାମ ବ୍ରାଉନସୁଗାର ଜବତ

୨୫୦ ଗ୍ରାମ ବ୍ରାଉନସୁଗାର ଜବତ

୨୫୦ ଗ୍ରାମ ବ୍ରାଉନସୁଗାର ଜବତ
ଭୁବନେଶ୍ୱର: ପୁଣି ଧଳାଜହର ଜବତ କରାଯାଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ବ୍ରାଉନସୁଗର ଜବତ କରିଛି । ଜଳେଶ୍ୱରର ଝାଡେଶ୍ୱରପୁର ବସ୍ତିରେ ପୁଲିସର ଚଢାଉ ଜାରୀ ରହିଛି । ଚଢାଉ ସମୟରେ ୨୫୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଛି । ଜଳେଶ୍ୱର ପୁଲିସ ପକ୍ଷରୁ ସୂଚନା ମିଳିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ପ୍ରକାଶ ଯେ, ଗତ କିଛି ମାସ ହେଲା ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଧରିବା ପାଇଁ ପୁଲିସ ଧରପଗଡ଼ ଆରମ୍ଭ କରିଛି । ଆଉ ସଫଳତା ମଧ୍ୟ ହାସଲ କରୁଛି । ତେବେ ଏତେ ଧରପଗଡ଼ ସତ୍ତ୍ୱେ ଏହି ଚୋରା କାରବାର ବନ୍ଦ ହେବାର ନା ଧରୁନି ।