ଅକାଳୀ ଦଳ ନେତାଙ୍କ ପୁଅ ସମେତ ୫୪ ଜଣ ଗିରଫ

ଅକାଳୀ ଦଳ ନେତାଙ୍କ ପୁଅ ସମେତ ୫୪ ଜଣ ଗିରଫ

ଅକାଳୀ ଦଳ ନେତାଙ୍କ ପୁଅ ସମେତ ୫୪ ଜଣ ଗିରଫ
ପଞ୍ଜାବ : ଲକ୍‌ଡାଉନ୍‌ ମଧ୍ୟରେ ଜନ୍ମଦିନ ପାର୍ଟି କରିବା ଅଭିଯୋଗରେ ପଞ୍ଜାବ ପୋଲିସ୍‌ ଅକାଲୀ ଦଳ ର ନେତାଙ୍କ ପୁଅ ସମେତ ୫୪ ଜଣଙ୍କୁ ଗିରଫଦାର କରିଛି । କରୋନା ପ୍ରୋଟୋକଲ୍‌ ନିୟମ ଉଲ୍ଲଂଘନ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପାର୍ଟି କରୁଥିବା ଅଭିଯୋଗ ରହିଛି । ଏହା ସହିତ ଏହି ପାର୍ଟିରେ ପୁଲ୍‌ ଡାନ୍ସ ମଧ୍ୟ ଆୟୋଜିତ କରାଯାଇଥିଲା । ଡାନ୍ସର ମାନଙ୍କର ଡ୍ୟାନ୍ସ ସହିତ ରାତ୍ରିରେ ମଦ ମଧ୍ୟ ପରସା ଯାଇଥିଲା । ଲୁଧିଆନା ପୋଲିସ୍‌ଙ୍କ ମୁତାବକ ଅକାଳୀ ଦଳ ନେତା ସୁରଜିତ୍‌ ସିଂହ ପମ୍ମାଙ୍କ ପୁତ୍ର ସିମରନ୍‌ ସିଂହ ଓବରୟେଙ୍କ ଜନ୍ମଦିବସ ଉପରେ ଅଭିଯୋଗ ହୋଇଥିଲା । ପୋଲିସ୍‌ ଏହି ମାମଲାରେ ସିମରନ୍‌ ସିଂହ ଓବରୟେଙ୍କ ସମେତ ୫୪ ଜଣଙ୍କୁ ଗିରଫ କରିଛି । ପୋଲିସ୍‌ ଘଟଣାସ୍ଥଳରୁ ମଦ ବୋତଲ, ବିଅର, ହୁକ୍କା ମଧ୍ୟ ଜବତ କରିଛି । ପଞ୍ଜାବରେ ଲକ୍‌ଡାଉନ୍‌ ନିୟମକୁ କୋହଳ କରାଯାଇଥିବାବେଳେ କିଛିକାଂଶରେ ମଧ୍ୟ ଏବେ ବି ପ୍ରତିବନ୍ଧକ ରହିଛି ।