ଅନ୍ଧାରରେ ତାଳଚେର ଥର୍ମାଲ ପ୍ଲାଣ୍ଟର ଭବିଷ୍ୟତ
ଅନ୍ଧାରରେ ତାଳଚେର ଥର୍ମାଲ ପ୍ଲାଣ୍ଟର ଭବିଷ୍ୟତ
admin
Mar 4, 2021 - 06:32
Updated: Mar 4, 2021 - 06:32
ତାଳଚେର: ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପ୍ଳାଣ୍ଟକୁ ଏମ୍ସିଏଲ ପକ୍ଷରୁ କୋଇଲା ଯୋଗାଣ ବନ୍ଦ କରିଦିଆଯାଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। ଫଳରେ ତାଳଚେର ଥର୍ମାଲ ପ୍ଲାଣ୍ଟର ଭବିଷ୍ୟତ ଅନ୍ଧାରରେ ରହିଥିବା ଜଣାପଡ଼ିଛି। ଜଗନ୍ନାଥ କୋଇଲା ଖଣିରୁ କନ୍ଭେୟାର ବେଲ୍ଟ ଯୋଗେ ତାଳଚେର ଥର୍ମାଲକୁ ଦୈନିକ ସାଢ଼େ ୪ହଜାର ଟନରୁ ସାଢ଼େ ୬ହଜାର ଟନ କୋଇଲା ଯୋଗାଣ ହୋଇଥାଏ। ରେଳୱାଗନରେ କୋଇଲା ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି। ଏହି ବିଦ୍ୟୁତ ପ୍ରକଳ୍ପରୁ ଦୈନିକ ୬ଟି ୟୁନିଟରୁ ୪୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଆସୁଛି। କୋଇଲା ଯୋଗାଣ ବନ୍ଦ ହୋଇଯାଇଥିବାରୁ ବିଦ୍ୟୁତ ଉତ୍ପାଦନ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ଏହାକୁ ନେଇ ଥର୍ମାଲ ଟାଉନସିପ ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ଏହି ସର୍ବବୃହତ ବିଦ୍ୟୁତ ପ୍ରକଳ୍ପକୁ ପୁନଃ ଚାଲୁ ରଖିବା ପାଇଁ ଦାବି କରିବା ସହ ୧୩୨୦ ମେଗାୱାଟର ନୂତନ ପ୍ଳାଣ୍ଟକୁ ଶୀଘ୍ର ପ୍ରତିଷ୍ଠା କରିବା ପାଇଁ ଅନୁରୂପ ଭାବେ ଦାବି ହୋଇଛି। ଅନ୍ୟପକ୍ଷରେ ଥର୍ମାଲର କୋଲ୍ ହାଣ୍ଡଲିଂ ପ୍ଳାଣ୍ଟରେ ଯେତିକି ପରିମାଣରେ କୋଇଲା ଗଚ୍ଛିତ ଅଛି ତାହା ଏକ ସପ୍ତାହ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବା କି ନାହିଁ ସନ୍ଦେହ ପ୍ରକାଶ ପାଇଛି।