ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଆଶାୟୀ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଅବଧି ବୃଦ୍ଧି

ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଆଶାୟୀ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଅବଧି ବୃଦ୍ଧି

ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଆଶାୟୀ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଅବଧି ବୃଦ୍ଧି
ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସଇ) ଅଧୀନରେ ଯୁକ୍ତ ଦୁଇ(ଦ୍ୱାଦଶ) ପରୀକ୍ଷା ଦେବାକୁ ଆଶାୟୀ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ବିନା ଜରିମାନାରେ ଫର୍ମ ପୂରଣ ପାଇଁ ଚଳିତ ମାସ ୩ ତାରିଖ ଶେଷ ଦିବସ ଥିଲା । ତେବେ ସିଏଚ୍‌ଏସଇର ରେଗୁଲାର, ଏକ୍ସ୍‌ ରେଗୁଲାର୍‌ ଓ କରେସପଣ୍ଡେନ୍ସ୍‌ କୋର୍ସ ଛାତ୍ରଛାତ୍ରୀ ୫୦ ଟଙ୍କା ଜରିମାନା ଦେଇ ଚଳିତ ମାସ ୪ରୁ ୮ ତାରିଖ ପର୍ୟ୍ୟନ୍ତ ଫର୍ମ ପୂରଣ କରିପାରିବେ । ସେହିପରି ୩୫୦ ଟଙ୍କା ଜରିମାନା ଦେଇ ଚଳିତ ମାସ ୯ରୁ ୧୨ ତାରିଖ ପର୍ୟ୍ୟନ୍ତ ଫର୍ମ ପୂରଣ କରିହେବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟରେ ଥିବା ସମସ୍ତ ଜୁନିୟର୍‌ କଲେଜ ବା ହାୟର୍‌ ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ବା ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ।