ଅମିତାଭ ବଚ୍ଚନଙ୍କୁ କରୋନାରେ ମରିଯିବା କହିବା ପରେ ବିଗ-ବିଙ୍କ କଡ଼ା ଜବାବ

ଅମିତାଭ ବଚ୍ଚନଙ୍କୁ କରୋନାରେ ମରିଯିବା କହିବା ପରେ ବିଗ-ବିଙ୍କ କଡ଼ା ଜବାବ

ଅମିତାଭ ବଚ୍ଚନଙ୍କର କରୋନାରେ ମୃତୁ୍ୟ ହେଯାଉ ବୋଲି ଜଣେ ଅଜଣା ବ୍ୟକ୍ତି ସୋସିଆଲ ମିଡିଆରେ ନିଜର ମତ ରଖିବା ପରେ ମହାନାୟକ ଏହି ଟ୍ରୋଲ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି । ନିଜ ବ୍ଲଗରେ ସେ ଏ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, ତାଙ୍କ ଭଳି ଫିଲ୍ମ ତାରକାଙ୍କ ବାବଦରେ ଟ୍ରୋଲ କରି କେହି ନିଜର ମହତ୍ତ୍ୱ ବଢ଼ାଇବାକୁ ଉଦ୍ୟମ କରୁଛି । ଅମିତାଭ ସେଇ ବ୍ୟକ୍ତିଙ୍କ ଉଦେ୍ଧଶ୍ୟରେ ଲେଖିଛନ୍ତି, ହେ ଅନାମଧାରୀ, ତୁମେ ତୁମ ବାପାଙ୍କ ନାଁ ଲେଖି ନାହଁ ଯେ । କାରଣ ତୁମେ ଜାଣିନାହିଁ ବୋଧେ ତୁମକୁ କିଏ ଲାଳନ ପାଳନ କରିଛି । କେବଳ ଦୁଇଟି ଘଟଣା ଘଟିପାରେ । ମୁଁ ମରିଯାଇପାରେ, ନଚେତ ଜୀବିତ ରହିବି । ଯଦି ମୁଁ ମରିଯାଏ ତେବେ ତୁମେ ଜଣେ ସେଲିବି୍ରଟିଙ୍କ ଉପରେ ଏପରି ଆକ୍ଷେପଭରା ଓ ନିନ୍ଦନୀୟ ଲେଖା ଆଉ ଲେଖି ପାରିବ ନାହିଁ । ଅବସୋସ ଯେ ଯଦି ଅମିତାଭ ବଚ୍ଚନଙ୍କ ଉପରେ ଯେଉଁ କଥା ଲେଖି ଧ୍ୟାନ କେନ୍ଦି୍ରତ କରିବାକୁ ଚେଷ୍ଟା କରୁଛ ହୁଏତ ସେତେବେଳେ ସେ ମହଜୁଦ ନଥିବେ । ଯଦି ଈଶ୍ୱରଙ୍କ କୃପାରୁ ମୁଁ ଜୀବିତ ରହିବି ତେବେ ତୁମ ଏହି ବାର୍ତ୍ତାକୁ ଝଡ଼ର ସାମ୍ନା କରିବାକୁ ପଡ଼ି । କେବଳ ମୁଁ ନୁହେଁ ବରଂ ୯୦ ମିଲିୟନ ଅନୁଗାମୀଙ୍କ କୋପ ତୁମକୁ ସାମ୍ନା କରିବାକୁ ପଡ଼ିବ । ଏହା ବି କହିଛନ୍ତି ଯେ ତାଙ୍କ ପ୍ରଶଂସକମାନେ ଏହି ଟ୍ରୋଲ ବିରୋଧରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ଯଦି ମୁଁ ଜୀବିତ ରହେ ତେବେ ମୁଁ ନିଜେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ କରିବି । ସେ ଏକଥା ବି କହିଛନ୍ତି ସେଇ ୯୦ ମିଲିୟନ ଏକ ସେନା । ସେମାନେ ହୁଏତ ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ପୂରା ଦୁନିଆକୁ ଲଙ୍ଘିଯାଇପାରନ୍ତି ।