ଅର୍ଥ ସଚିବଙ୍କ ସୂଚନା, ଆସୁଛି ଆଉ ଏକ ପ୍ୟାକେଜ
ଅର୍ଥ ସଚିବଙ୍କ ସୂଚନା, ଆସୁଛି ଆଉ ଏକ ପ୍ୟାକେଜ
admin
Nov 4, 2020 - 09:04
Updated: Nov 4, 2020 - 09:04
ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଶିଳ୍ପ ବାତାବରଣ ପ୍ରଭାବିତ । ଏଭଳି ସ୍ଥିତିରେ ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ତଥା ଯୁବପିଢ଼ିଙ୍କୁ ନିଯୁକ୍ତି ଯୋଗାଇ ଦେବା ଲାଗି ସରକାର ଖୁବଶୀଘ୍ର ଆଉ ଏକ ଆର୍ଥିକ ପ୍ୟାକେଜ ଆଣିବାକୁ ଯାଉଛନ୍ତି । ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ଏହି ସୂଚନା ଦେଇଛନ୍ତି । ପାଣ୍ଡେଙ୍କ ଅନୁସାରେ ସରକାର ଆଉ ଏକ ଆର୍ଥିକ ପ୍ୟାକେଜ ଉପରେ କାର୍ଯ୍ୟ କରୁଛନ୍ତି । ତେବେ ଏହି ପ୍ୟାକେଜ କେବେ ଆସିବ ସେ ନେଇ ଅର୍ଥ ସଚିବ କୌଣସି ସୂଚନା ଦେଇନାହାନ୍ତି । ଅର୍ଥ ସଚିବ ଏକ ସାକ୍ଷାତକାରରେ କହିଛନ୍ତି, ତୃଣମୂଳ ସ୍ତରରେ ସ୍ଥିତିକୁ ତର୍ଜମା କରାଯାଉଛି । ଏହା ସହିତ ଅର୍ଥନୀତିକୁ ବଳ ଦେବା ପାଇଁ ଏବଂ ଶିଳ୍ପ ଗୁଡ଼ିକୁ ସେମାନଙ୍କ କ୍ଷତି ହିସାବରେ ସହାୟତା ଦେବା ପାଇଁ ସରକାର ବିଚାର କରୁଛନ୍ତି । ଏଭଳି କ୍ଷେତ୍ରରେ ଉଦ୍ୟୋଗ ଜଗତ, ଶିଳ୍ପ ସଂଘ ଏବଂ ମନ୍ତ୍ରାଳୟ ଗୁଡ଼ିକ ସହ ସରକାର ବୈଠକ କରୁଛନ୍ତି । ସମ୍ପ୍ରତିକ ଅର୍ଥନୈତିକ ସ୍ଥିତିକୁ ନେଇ ପାଣ୍ଡେ କହିଛନ୍ତି ଯେ, ଅର୍ଥନୀତି ସୁଧାର ପଥରେ ଅଛି । ଅର୍ଥବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସରକାରଙ୍କ ପକ୍ଷରୁ କ୍ରମାଗତ ଭାବେ ପଦକ୍ଷେପ ନିଆଯାଉଛି । ଫଳରେ ଅର୍ଥନୀତି ବିକାଶ ଦିଗରେ ବଢ଼ୁଛି । ଏହା ବ୍ୟତୀତ ଅକ୍ଟୋବରରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ସଂଗ୍ରହ ୧ ଲକ୍ଷ ପାର କରିଛି । ଗତ ବର୍ଷ ତୁଳନାରେ ଏଥିରେ ୧୦% ବୃଦ୍ଧି ଘଟିଛି । ଏହା ଅର୍ଥନୀତିର ସୁଧାର ସଙ୍କେତ ମିଳୁଛି ।