ଆଉ ୫୯୫ ଆକ୍ରାନ୍ତ ଚିହ୍ନଟ

ଆଉ ୫୯୫ ଆକ୍ରାନ୍ତ ଚିହ୍ନଟ

ଆଉ ୫୯୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରେ ୩୯୪ ଥିବାବେଳେ ୨୦୧ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ରେ ପହଁଚିଥିବାବେଳେ ୮୩୬୦ ଜଣ ସୁସ୍ଥ ହୋଇସାରିଛନ୍ତି । ଅପରପକ୍ଷରେ ୪୬୭୭ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ବାଲେଶ୍ୱରରେ ୧୧, ବରଗଡ଼ରେ ୩, ଭଦ୍ରକରେ ୧୧, ବଲାଙ୍ଗୀରରେ ୧, କଟକରେ ୧୧, ଗଜପତିରେ ୨୦, ଗଞ୍ଜାମରେ ୨୩୦, ଜଗତସିଂହପୁରରେ ୫, ଯାଜପୁରରେ ୯୭, କଳାହାଣ୍ଡିରେ ୪, କେନ୍ଦ୍ରାପଡ଼ାରେ ୨, କେନ୍ଦୁଝରରେ ୩, ଖୋର୍ଦ୍ଧାରେ ୭୬, କୋରାପୁଟରେ ୪୪, ମାଲକାନାଗିରିରେ ୩୬, ମୟୂରଭଞ୍ଜରେ ୧୪, ନୟାଗଡ଼ରେ ୫, ପୁରୀରେ ୧୦, ରାୟଗଡ଼ାରେ ୨, ସମ୍ବଲପୁରରେ ୨, ସୁନ୍ଦରଗଡ଼ରେ ୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଯାବତ ୩୩୪୫୨୭ଟି ନମୁନା ପରୀକ୍ଷଣ ହୋଇଛି ।