ଆଜିର ରାଶିଫଳ ୨୩ ଡିସେମ୍ବର ୨୦୧୯(ସୋମବାର)

ଆଜିର ରାଶିଫଳ ୨୩ ଡିସେମ୍ବର ୨୦୧୯(ସୋମବାର)

ଆଜିର ରାଶିଫଳ ୨୩ ଡିସେମ୍ବର ୨୦୧୯(ସୋମବାର)
ମେଷ - ଆଶ୍ବସ୍ତି ମିଳିବ। ସୁଖ, ଧନ, ପୁତ୍ର, କଳତ୍ର ଓ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ନିଜ ଇଚ୍ଛା ଅନୁସାରେ ଫଳପ୍ରାପ୍ତ ହେବେ। ସୁଖ ମିଳିବା କଷ୍ଟକର। ମାନସିକ ଓ ଶାରୀରିକ ସ୍ତରରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବେ। ବୃଷ - କଳ୍ପନା ବିଳାସୀ ହୋଇପାରନ୍ତି। ଶାସ୍ତ୍ରାଭାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟରେ ହାତ ଦେବେ ଓ ସଫଳତା ପାଇବେ। ପରିବାର ପ୍ରତି ସ୍ନେହ, ଶ୍ରଦ୍ଧା ବୃଦ୍ଧି ହୋଇପାରେ। ମିଥୁନ ଞ୍ଜ- ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଦେବ, ଦ୍ବିଜମାନଙ୍କର ଆଶୀର୍ବାଦ ମିଳିବ। ବହୁ ସୁଖର ଅଧିକାରୀ ହୋଇପାରନ୍ତି। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ନିରବ ଦ୍ରଷ୍ଟା ହୋଇପାରନ୍ତି। କର୍କଟ - ବହୁଧନ, ପୁତ୍ର ଓ ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ରୂପବନ୍ତ ଓ ସୁଖୀ ହେବେ। ସତ୍ପୁତ୍ର ଲାଭର ସୂଚନା ମିଳୁଛି। ଶତ୍ରୁନାଶ କରି ଆଶ୍ବସ୍ତ ହେବେ। ଦିନଟି ମଧ୍ୟମ ଧରଣର। ଉପୁଜିଥିବା ବିବାଦର ନିର୍ବିଘ୍ନରେ ଆଶୁ ସମାଧାନ ହେବ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସିଂହ - ବ୍ୟବସାୟରେ ଲାଭବାନ୍ ହେବେ। ସମ୍ମାନିତ ହେବେ। କୃଷିକାର୍ୟ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ପତ୍ନୀଙ୍କ କଥାରେ ଚଳିବେ। ଭାବି-ଚିନ୍ତି କାର୍ୟ୍ୟ କଲେ ସଫଳତାରେ ଉପନୀତ ହୋଇପାରନ୍ତି। ମନୋବଳ ଦୃଢ଼ ରହିବ। ଯାତ୍ରା ଶୁଭଦାୟକ ହେବ। କନ୍ୟା - ବ୍ୟବସାୟରେ ଲାଭବାନ୍ ହେବେ। ସମ୍ମାନିତ ହେବେ। କୃଷିକାର୍ୟ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ପତ୍ନୀଙ୍କ କଥାରେ ଚଳିବେ। ଦାୟିତ୍ବରେ ପରିବର୍ତ୍ତନ ଘଟିପାରେ। ଲୋଭଗ୍ରସ୍ତ ହୋଇପାରନ୍ତି। ନିଜେ କଷ୍ଟ ସ୍ବୀକାର କରି ଶତ୍ରୁନାଶ କରିବେ। ଗୋଷ୍ଠୀ, ନଗର, ଗ୍ରାମର ଅଧିପତି ହୋଇପାରନ୍ତି। ମନ୍ତ୍ରଣାଦାତା ହେବେ। ଶୁଭଚିନ୍ତକ ହେବାର ସୂଚନା ମିଳୁଛି। କୀର୍ତ୍ତିମାନ୍ ହେବେ। ତୁଳା - ଅର୍ଥାଭାବ ଦେଖାଦେଇ ପାରେ। ସତ୍ୟବାଦୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ପ୍ରବାସୀ ଓ ପିତୃଭକ୍ତିଯୁକ୍ତ ହେବେ। ଭାଗ୍ୟବାନ୍ ହେବେ। ଋଣମୁକ୍ତ ହେବା ପାଇଁ ପ୍ରୟାସ ଜାରି ରଖିବେ। ଆଶାବାଦୀ ହୋଇପାରନ୍ତି। ସଂଘର୍ଷର ସମ୍ମୁଖୀନ ହେବେ। ବିଛା - ଚିନ୍ତାଧାରା ଉନ୍ନତମାନର ହୋଇପାରେ। କାର୍ୟ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି। ସୁଖଭୋଗର ସୂଚନା ମିଳୁଛି। ପରିବେଶ ଆପଣଙ୍କୁ ସୁହାଇ ନ ପାରେ। ପ୍ରତାରିତ ହୋଇପାରନ୍ତି। ଉପୁଜିଥିବା ସମସ୍ୟାର ସୁସମାଧାନ ହେବ। ଧନୁ - ଦୀର୍ଘ ଦିନର ଆଶାପୂରଣ ହୋଇପାରେ। ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ମିଳିବ। ବାକ୍ ପଟୁତା ବୃଦ୍ଧି ପାଇବ। ସରକାରୀ ସହାୟତା ମିଳିପାରେ। ମୂଲ୍ୟବାନ୍ ଦ୍ରବ୍ୟ କିଣିପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ମକର - କର୍ତ୍ତବ୍ୟନିଷ୍ଠ ହେବେ। ସର୍ବ ସୁଖ ମିଳିପାରେ। ଭୋଗ-ବିଳାସ କରିପାରନ୍ତି। ବିନୀତ ସ୍ବଭାବର ହେବେ। ବନ୍ଧୁଙ୍କ ସହ ମତ-ଭେଦ ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ଭୋଜନରେ ଆପ୍ୟାୟିତ ହେବେ। ଚେଷ୍ଟାରେ ସଫଳତା ଲାଭ କରିବେ। କୁମ୍ଭ - ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଅର୍ଥ ପ୍ରାପ୍ତିରେ ଭଣ୍ଡାର ପରିପୂର୍ଣ୍ଣ ହେବ। ଶ୍ରମ ସାର୍ଥକ ହେବ। କାର୍ୟ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ବରେ। ସୁତୀର୍ଥ ଲାଭ ଯୋଗ ଅଛି। ବିଦ୍ୟା ରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ମୀନ - ହର୍ଷଯୁକ୍ତ ଓ ଦାନୀ ହୋଇପାରନ୍ତି। ରୀତି, ନୀତି ପାଳନରେ ଦକ୍ଷ ହୋଇପାରନ୍ତି। ବହୁ ପ୍ରତାପୀ ହୋଇପାରନ୍ତି। ଜନବଲ୍ଲଭ ହେବେ। ପରୋପକାରୀ ହେବେ। ବିଦ୍ବାନ୍ ହୋଇପାରନ୍ତି। ଆଦରଣୀୟ ହେବେ। ଧନ ଓ ପୁତ୍ରାଦିଯୁକ୍ତ ହୋଇପାରନ୍ତି।