ଆଜି ରାଜ୍ୟରୁ କରୋନା ଯୋଗୁଁ ୯ ମୃତ : ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୩୦୦ ଟପିଲା

ଆଜି ରାଜ୍ୟରୁ କରୋନା ଯୋଗୁଁ ୯ ମୃତ : ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୩୦୦ ଟପିଲା

ଆଜି ରାଜ୍ୟରୁ କରୋନା ଯୋଗୁଁ ୯ ମୃତ : ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୩୦୦ ଟପିଲା
ଆଜି ରାଜ୍ୟରେ କରୋନା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାୟଗଡାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୁଳ, ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମରୁ ଆଜି ୪ ଜଣଙ୍କର ମୃତ୍ୟୁହୋଇଥିବାବେଳେ ତିନିଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ ୪୮ ବର୍ଷ ହୋଇଥିବାବେଳେ ଅନ୍ୟ ତିନି ପୁରୁଷଙ୍କ ମଧ୍ୟରୁ ଦୁଇଜଣଙ୍କର ବୟସ ୫୭ ବର୍ଷ ହୋଇଥିବାବେଳ ଅନ୍ୟ ଜଣେ ୭୪ ବର୍ଷ ବୟସ୍କ ବୋଲି ସୂଚନା ରହିଛି । ସେହିପରି ରାୟଗଡାରୁ ଦୁଇ ୬୫ ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ ୫୮ ବର୍ଷ, ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ୩୮ ବର୍ଷ ଓ ଅନୁଗୁଳରୁ ଜଣେ ୪୪ ବର୍ଷୀୟା ମହିଳା ମୃତ୍ୟୁ ବରଣ କରିଥିବାର ସୂଚନା ହିଛି । ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି ହୋଇଛି ।