ଆଜି ରାଜ୍ୟ କ୍ୟାବିନେଟ ବୈଠକ : ବଜେଟ ଚିଠାରେ ଲାଗିବ ମୋହର

ଆଜି ରାଜ୍ୟ କ୍ୟାବିନେଟ ବୈଠକ : ବଜେଟ ଚିଠାରେ ଲାଗିବ ମୋହର

ଆଜି ରାଜ୍ୟ କ୍ୟାବିନେଟ ବୈଠକ : ବଜେଟ ଚିଠାରେ ଲାଗିବ ମୋହର
ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ଉଭୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି । ସୂଚନାନୁସାରେ, ମଙ୍ଗଳବାର ଅପରାହ୍ନ ସାଢେ଼ ୫ଟାରେ ଲୋକସେବା ଭବନରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଆସନ୍ତା ୧୮ ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ୨୨ରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା ଆର୍ଥିକ ବର୍ଷର ବଜେଟକୁ ମନ୍ତ୍ରୀ ପରିଷଦର ବୈଠକରେ ମୋହର ଲାଗିବ । ଏହା ପରେ ସନ୍ଧ୍ୟା ୬ଟାରେ ବସିବ କ୍ୟାବିନେଟ ବୈଠକ । ଏ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମଧ୍ୟ ମୋହର ଲାଗିବ । ଅପରପକ୍ଷରେ କ୍ୟାବିନେଟରେ ପ୍ରାୟ ଦି ଡଜନ ପ୍ରସ୍ତାବ ଉପରେ ଆଲୋଚନା କରାଯିବ ବୋଲି ଜାଣିବାକୁ ମିଳିଛି ।