ଆଠ ବର୍ଷ ବୟସରେ ଜୀବନର ପ୍ରଥମ କବିତା ଲେଖିଥିଲେ ରବୀନ୍ଦ୍ରନାଥ

ଆଠ ବର୍ଷ ବୟସରେ ଜୀବନର ପ୍ରଥମ କବିତା ଲେଖିଥିଲେ ରବୀନ୍ଦ୍ରନାଥ

ଆଠ ବର୍ଷ ବୟସରେ ଜୀବନର ପ୍ରଥମ କବିତା ଲେଖିଥିଲେ ରବୀନ୍ଦ୍ରନାଥ
ଭୁବନେଶ୍ୱର: ୧୯୧୩ରେ ଗୁରୁଦେବ ରବିନ୍ଦ୍ରନାଥ ଠାକୁରଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ନୋବେଲ ପାଇଥିବା ପ୍ରଥମ ଅଣ-ୟୁରୋପୀୟ ଏବଂ ପ୍ରଥମ ଭାରତୀୟ । ବଙ୍ଗଳା ସାହିତ୍ୟ ଓ ସଙ୍ଗୀତକୁ ସେ ଏକ ନୂତନ ରୂପ ଦେଇଥିଲେ ତଥା ଗଭୀର ଭାବେ ଅନୁପ୍ରାଣିତ କରିଥିଲେ । ମାତ୍ର ଆଠ ବର୍ଷ ବୟସରେ ସେ କବିତା ଲେଖା ଆରମ୍ଭ କରିଥିଲେ । ଷୋହଳ ବର୍ଷ ବୟସରେ ତାଙ୍କ ପ୍ରଥମ କବିତା ପୁସ୍ତକ ସେ ଭାନୁସିଂହ ଛଦ୍ମନାମରେ ପ୍ରକାଶ କରିଥିଲୋ । ତାହା ପରେ ପରେ ସେ ଗଳ୍ପ ଓ ନାଟକ ଲେଖାରେ ମନଦେଇଥିଲେ । ସେ ବି୍ରଟିସ୍ ସାମ୍ରଜ୍ୟବାଦର ତୀବ୍ର ବିରୋଧୀ ଏବଂ ଭାରତୀୟ ଜାତୀୟତାବାଦୀଙ୍କ ସମର୍ଥକ ଥିଲେ । ବ୍ରିଟିସ ଶାସନ ବ୍ୟବସ୍ଥାକୁ ସେ ଭାରତୀୟ ସାମାଜିକ ବ୍ୟାଧିର ରାଜନେତିକ ଲକ୍ଷଣ ଭାବେ ଅଭିହିତ କରିଥିଲେ । ଶିକ୍ଷାକୁ ସେ ଆଜୀବନ ପ୍ରାଧାନ୍ୟ ଦେଇଥିଲେ । ଉପଯୁକ୍ତ ଶିକ୍ଷା ବିନା ସମସ୍ତ ପ୍ରକାରର ବିପ୍ଳବ ଅର୍ଥହୀନ ବୋଲି କହୁଥିଲୋ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ସେ ପଞ୍ଜୁରି ଭିତରେ ବନ୍ଦୀ ଶୁଆକୁ ତାମିଲ ସହ ତୁଳନା କରିଥିଲେ । ଶିକ୍ଷାକୁ ପାଠ୍ୟକ୍ରମ ଓ ପୁସ୍ତକ ବାହାରକୁ ନେବା ପାଇଁ ସେ ଶାନ୍ତିନିକେତନରେ ବିଶ୍ୱ ଭାରତୀ ସ୍ଥାପନ କରିଥିଲେ । ଗୁରୁଦେବଙ୍କ ଦୁଇଟି କବିତା ଜନ ଜଣ ମନ ଓ ଆମାର ସୋନାର ବାଙ୍ଗଲାକୁ ଯଥାକ୍ରମେ ଭାରତ ଏବଂ ବାଂଲାଦେଶର ଜାତୀୟ ସଙ୍ଗୀତ ଭାବେ ମନୋନୀତ କରାଯାଇଥିଲା । ଭାରତୀୟ ସଂଗ୍ରମୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସେ ରଚନା କରିଥିଲେ, ‘ଚିତୋ ଜେଠା ଭୟଶୂନ୍ୟୋ ଏବଂ ଏକଲା ଚଲୋ ରେ । ମହାତ୍ମା ଗାନ୍ଧୀଙ୍କୁ ଏହି ଦ୍ୱିତୀୟ ପଦ୍ୟ ଗଭୀର ଭାବେ ପ୍ରଭାବିତ କରିଥିଲା । ୧୮୬୧ ମେ ୭ରେ କୋଲାତାସ୍ଥିତ ଯୋଡାଶଂଖ ଠାକୁରବାଡିରେ ରବୀନ୍ଦ୍ରନାଥ ଜନ୍ମ ଗ୍ରହଣ କରିଥିଲେ ।