ଆମେରିକାରେ ପୁଣି ୩୦୦୦ ମୃତ

ଆମେରିକାରେ ପୁଣି ୩୦୦୦ ମୃତ

ଆମେରିକାରେ ପୁଣି ୩୦୦୦ ମୃତ
ୱାଶିଂଟନ: ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ମାଡ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ବିଶ୍ୱରେ ୫.୮୮ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆମେରିକାରେ ସର୍ବାଧିକ ୨.୦୧ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଛି । ବିଶ୍ୱରେ ଏବେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୭.୩୯ କୋଟି ପାର କରିଥିବା ବେଳେ ମୃତୁ୍ୟ ସଂଖ୍ୟା ୧୬.୪୫ ଲକ୍ଷ ଅତିକ୍ରମ କରିଛି । ୫.୨୦ କୋଟି ଲୋକ ସୁସ୍ଥ ହୋଇ ସାରିଲେଣି । ପାଖାପାଖି ୨ କୋଟି ସକି୍ରୟ ମାମଲା ରହିଛି । ଆମେରିକାରେ ଗତ ୨୪ ଘଣ୍ଟାରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତୁ୍ୟ ଘଟିଛି । ମୃତୁ୍ୟ ସଂଖ୍ୟା ୩.୧୧ ଲକ୍ଷ ପାର କରିଛି । ବିଶ୍ୱରେ ଦିନକରେ ୧୨,୭୧୮ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ବ୍ରାଜିଲରେ ଦିନକରେ ୯୦୯ ଜଣ ପ୍ରାଣ ହରାଇଥିବା ବେଳେ ଇଟାଲୀରେ ୮୪୬, ବି୍ରଟେନରେ ୫୦୬, ରୁଷିଆରେ ୫୭୭, ଜର୍ମାନୀରେ ୮୦୫ ଲୋକଙ୍କ ଜୀବନ ଯାଇଛି । ସେପଟେ କରୋନା ଭୂତାଣୁ ସଂକ୍ରମଣର ପ୍ରତିକାର ପାଇଁ ଚୀନରେ ପାଖାପାଖି ୫ଟି ପ୍ରଭାବୀ ଟିକା ବିକଶିତ କରାଯାଇଛି । କିଛି ଟିକାର ଡୋଜ ବି ଲୋକଙ୍କ ଦିଆଗଲାଣି । ତା ସତ୍ତ୍ୱେ ଚୀନର ଫୋସନ ଫାର୍ମା ୧୦ କୋଟି ଫାଇଜର ଟିକା କିଣିବା ପାଇଁ ନିଷ୍ପତ୍ତି ନେଇଛି । ଏଥିପାଇଁ ଏହା ଜର୍ମାନ କମ୍ପାନୀ ବାୟୋଏନଟେକ ସହ ୩୦.୪ କୋଟି ଡଲାରର ଚୁକ୍ତି କରିଛି । ଚୀନ ନାଗରିକଙ୍କ ପାଇଁ ଏହି ଡୋଜ କିଣାଯିବ ବୋଲି ଜଣାପଡ଼ିଛି ।