ଏଣିକି ସହରାଞ୍ଚଳରେ ଅନଲାଇନ ସମ୍ପତ୍ତି ଟିକସ, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଏଣିକି ସହରାଞ୍ଚଳରେ ଅନଲାଇନ ସମ୍ପତ୍ତି ଟିକସ, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଏଣିକି ସହରାଞ୍ଚଳରେ ଅନଲାଇନ ସମ୍ପତ୍ତି ଟିକସ, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର - ଗୃହ (ହୋଲ୍ଡିଂ)ଟିକସ ପୈଠ ପାଇଁ ଆଉ ମୁ୍ୟନିସିପାଲଟି କିମ୍ବା ଏନ୍ଏସି ଅଫିସରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନି । ଯେ କୌଣସି ସ୍ଥାନରେ ରହି ଆରାମରେ ଅନ୍ଲାଇନରେ ଦାଖଲ କରି ହେବ ସମ୍ପତ୍ତି (ହୋଲ୍ଡିଂ) ଟିକସ । ରାଜ୍ୟର ସମସ୍ତ ପୌରାଞ୍ଚଳ ପାଇଁ ସୋମବାରଠୁ ଅନଲାଇନ ସମ୍ପତ୍ତି ଟିକସ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହାକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଲି ସେତିକି ନୁହେଁ ପୌର ରାଜସ୍ୱ ବୃଦ୍ଧି ପାଇଁ ଅମୃତ ଯୋଜନାରେ ସାମିଲ ଥିବା ୯ଟି ଯାକ ପୌରାଞ୍ଚଳକୁ ନେଇ ଅଭିନବ ଢ଼ଙ୍ଗରେ ମୁ୍ୟନିସିପାଲ ପି୍ରମିୟର ଲିଗ୍ (ଏମ୍ପିଏଲ) ଆରମ୍ଭ ହୋଇଛି । ଏହି ୯ ସହରର ଟିକସ ଅଧିକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ । ଟିକସ ସଂଗ୍ରହରେ ଶ୍ରେଷ୍ଠ ପ୍ରଦର୍ଶନ କଲେ ପୁରସ୍କୃତ କରାଯିବ ।