ଓଡ଼ିଶାରେ ପଞ୍ଚମ କରୋନା ରୋଗୀ ଚିହ୍ନଟ

ଓଡ଼ିଶାରେ ପଞ୍ଚମ କରୋନା ରୋଗୀ ଚିହ୍ନଟ

ଓଡ଼ିଶାରେ ପଞ୍ଚମ କରୋନା ରୋଗୀ ଚିହ୍ନଟ
ଓଡ଼ିଶାର ପଞ୍ଚମ କରୋନା ରୋଗୀ ଚିହ୍ନଟ ଭୁବନେଶ୍ବର : ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସେଭଳି ଆତଙ୍କ ସୃଷ୍ଟି କରିନାହିଁ ! ତେବେ ଓଡ଼ିଶାରେ ଏଯାବତ୍‌ ୫ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇସାରିଲେଣି। ଗତକାଲି ସୁଦ୍ଧା ସଂଖ୍ୟା ୪ରେ ସୀମିତ ଥିବା ବେଳେ ଆଜି ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରୋଗୀ ଜଣକ, କେଉଁଠାରୁ, କେତେବେଳେ ଚିହ୍ନଟ ହୋଇଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ନଥିଲେ ହେଁ ଏଯାବତ୍‌ ୫ ଜଣ କରୋନା ଆକ୍ରାନ୍ତ ବୋଲି ଜଣାଇଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ। ଆଜି ବିଳମ୍ବିତ ରାତିରେ ସ୍ବାସ୍ଥ୍ୟ ବିଭାଗ ଟୁଇଟର୍‌ ହାଣ୍ଡଲରେ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ଗତକାଲି ସୁଦ୍ଧା ୬୧୦ ଓ ଆଜି ୨୯୦, ଏହିପରି ମୋଟ ୯୦୦ ଜଣଙ୍କର ନମୁନା ପରୀକ୍ଷଣ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫ ଜଣ ପଜିଟିଭ୍‌ ବୋଲି ଜଣାଇଛି ସ୍ବାସ୍ଥ୍ୟ ବିଭାଗ। ଟୁଇଟ୍ ଅନୁଯାୟୀ ରାଜଧାନୀ ଭୁବନେଶ୍ବରର ସୂର୍ଯ୍ୟନଗରରେ ରହୁଥିବା ୬୦ ବର୍ଷୀୟ ବ୍ୟକ୍ତି ଆଜି ପୀଡ଼ିତ ହୋଇ ଭୁବନେଶ୍ବର ଏମସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସ୍ବାବ୍ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଛି। ତେବେ ତାଙ୍କ ବିଷୟରେ କିଛି ଅଧିକ ତଥ୍ୟ ମିଳିପାରିନାହିଁ। ସଦ୍ୟ ସୂଚନା ଅନୁଯାୟୀ ଭାରତରେ, 1650 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 41 ଜଣ ମୃତ୍ୟୁବରଣ କରିଛନ୍ତି !