ଓଡ଼ିଶାର ୬ଟି ଜିଲ୍ଲାରେ ହଜି ଯାଇଛି ମୌସୁମୀ ।

ଓଡ଼ିଶାର ୬ଟି ଜିଲ୍ଲାରେ ହଜି ଯାଇଛି ମୌସୁମୀ ।

ଓଡ଼ିଶାର ୬ଟି ଜିଲ୍ଲାରେ ହଜି ଯାଇଛି ମୌସୁମୀ ।
ଭୁବନେଶ୍ୱର: ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ହଜି ଯାଇଛି ମୌସୁମୀ । ଚଳିତ ମାସ ପହିଲାରୁ ୨୮ ତାରିଖ ମଧ୍ୟରେ କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ୱାଭାବିକଠୁ କମ୍ ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏ ସମ୍ପର୍କରେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ସାଧାରଣତଃ ସମୁଦ୍ର ଭିତରେ ଲଘୁଚାପ ଦେଖାଦେଲା ତା’ର ପ୍ରଭାବରେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇଥାଏ । ମାତ୍ର ଚଳିତ ବର୍ଷ ସ୍ଥଳଭାଗରେ ଲଘୁଚାପ ହୋଇଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଉପକୂଳ ତୁଳନାରେ ଅଧିକ ବର୍ଷା ହୋଇଛି ବୋଲି ଡ.ସାହୁ ସୂଚନା ଦେଇଛନ୍ତି । ୧୦ ତାରିଖ ପରଠାରୁ ଏଭଳି ସ୍ଥିତି ଦେଖା ଦେଇଥିବା ସେ କହିଛନ୍ତି । ହେଲେ ଜୁଲାଇ ମାସରେ ପରିସ୍ଥିତି ବଦଳିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ୫ ତାରିଖରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହା ସହିତ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ଡ.ସାହୁ ଆକଳନ କରିଛନ୍ତି ।