କଂଗ୍ରେସକୁ ଦାନ ମିଳିଲା ୧୦ ହଜାର ଟଙ୍କା
କଂଗ୍ରେସକୁ ଦାନ ମିଳିଲା ୧୦ ହଜାର ଟଙ୍କା
admin
Sep 28, 2019 - 07:36
Updated: Sep 28, 2019 - 07:36
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ନାହିଁ । ନିର୍ବାଚନ ଲଢିବାକୁ ପାଣ୍ଠି ସଂଗ୍ରହ କରୁଛି କଂଗ୍ରେସ । ତେବେ କଂଗ୍ରେସକୁ ଆର୍ଥିକ ସହାୟତା ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଦାନ୍ୟ ବ୍ୟକ୍ତିମାନଙ୍କୁ ଯେଉଁ ଅପିଲ କରିଥିଲେ ତାହା ସଫଳ ହୋଇଛି । କାରଣ ଆଜି କେହି ଜଣେ ବଦାନ୍ୟ ବ୍ୟକ୍ତି ଦଳକୁ ୧୦ ହଜାର ଟଙ୍କା ଦାନ ଦେଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଖାଲି ସେତିକି ନୁହେଁ ଆସନ୍ତାକାଲି ୭୫ ହଜାର ଟଙ୍କା ଆସିବାକୁ ପ୍ରତିଶ୍ରୁତି ମିଳିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଥିସହ କଂଗ୍ରେସ ପାଖରେ ଟଙ୍କା ନାହିଁ କହି ଦାନ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରାର୍ଥିତ୍ୱକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସବୁବେଳେ ସିମ୍ପାଥି ରହେନି । ନବୀନ ବାବୁ କେତେଦିନ ପ୍ରତାରିତ କରିବେ, ଲୋକେ ବିଚାର କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ପ୍ରକାଶ ଯେ, ବୁଧବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ଲଡିବା ପାଇଁ ଆର୍ଥିକ ସହାଯ୍ୟ ମାଗିଥିଲେ । କଂଗ୍ରେସ ପାଖରେ ଟଙ୍କା ନଥିବାରୁ ବଦାନ୍ୟ ବ୍ୟକ୍ତିଙ୍କୁ ଶ୍ରୀ ପଟ୍ଟନାୟକ ସାହାଯ୍ୟ ମାଗିଥିଲେ । ସେ କହିଥିଲେ ଯେ, ନିକଟରେ ସାଧାରଣ ନିର୍ବାଚନ ସରିଥିବାରୁ ଆଉ ଏକ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ନାହିଁ । ତେଣୁ ବଦାନ୍ୟ ବ୍ୟକ୍ତି ଏବଂ ନେତାମାନେ ଦଳକୁ ଆର୍ଥିକ ସାହାଯ୍ୟ କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଥିଲେ ।