କରୋନା ଅପଡେଟ୍ : ୨୪ ଘଣ୍ଟାରେ ୩୮ ହଜାର ଆକ୍ରାନ୍ତ, ୪୪୩ ମୃତ
କରୋନା ଅପଡେଟ୍ : ୨୪ ଘଣ୍ଟାରେ ୩୮ ହଜାର ଆକ୍ରାନ୍ତ, ୪୪୩ ମୃତ
admin
Nov 30, 2020 - 05:00
Updated: Nov 30, 2020 - 05:00
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୩୮ ହଜାର ୭୭୨ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୪୩ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୩୧ ହଜାର ୬୯୧କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୭ ହଜାର ୧୩୯ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ୪ ଲକ୍ଷ ୪୬ ହଜାର ୯୫୨ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୮ ଲକ୍ଷ ୪୭ ହଜାର ୬୦୦ଜଣ ।
ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ଆଇସିଏମ୍ଆରର ସୂଚନା ମୁତାବକ ନଭେମ୍ବର ୨୯ତାରିଖ ସୁଦ୍ଧା ଦେଶରେ ୧୩ କୋଟି ୯୫ ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି । ଦେଶରେ ମୃତ୍ୟୁ ହାର ୧.୪୬ ପ୍ରତିଶତ ରହିଥିବାବେଳେ ସୁସ୍ଥ ହାର ୯୩.୬୮ ପ୍ରତିଶତ ରହିଛି ।
ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ଅତିକ୍ରମ କରିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୨୭ ଲକ୍ଷ ୧୬ ହଜାର ୬୫୧ରେ ପହଞ୍ଚିଥିବା ବେଳେ ଏହା ମଧ୍ୟରୁ ୪କୋଟି ୧ ଲକ୍ଷ ୨୧ ହଜାର ୭୩୬ ଜଣ ସୁସ୍ଥ ହୋଇଛନ୍ତି । ୧୪ ଲକ୍ଷ ୫୯ ହଜାର ୩୦ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୨ କୋଟି ୧୧ ଲକ୍ଷ ୩୫ ହଜାର ୮୮୫ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଏବଂ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ ।