କେରଳର ୱାୟନାଡରୁ ପ୍ରାର୍ଥୀ ହେବେ ରାହୁଲ !

କେରଳର ୱାୟନାଡରୁ ପ୍ରାର୍ଥୀ ହେବେ ରାହୁଲ !

କେରଳର ୱାୟନାଡରୁ ପ୍ରାର୍ଥୀ ହେବେ ରାହୁଲ !
ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାୟନାଡ ନିର୍ବାଚନ ମଣ୍ଡଳୀରୁ ଆଗାମୀ ଲୋକସଭା ନିର୍ବାଚନ ଲଢିବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ତାଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବକୁ ପ୍ରଥମେ ଗୁରୁତ୍ୱ ଦେଇ ନଥିଲେ ମଧ୍ୟ ପରେ ଏହା ଉପରେ ବିଚାର କରିବାକୁ ରାହୁଲ କହିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଗ୍ରହଣ କଲେ ରାହୁଲ ଉଭୟ ଆମେଥି ଓ ୱାୟନାଡରୁ ନିର୍ବାଚନ ଲଢିବେ । ଦଳୀୟ ପ୍ରାର୍ଥୀ ତାଲିକା ଏବଂ ନିର୍ବାଚନ ପ୍ରଚାର କାର୍ଯ୍ୟ ଚୂଡାନ୍ତ କରିବା ଲାଗି ଅନୁଷ୍ଠିତ ବୈଠକରେ କେରଳ ପିସିସି ସଭାପତି ମୁଲ୍ଲାପାଲ୍ଲି ରାମଚନ୍ଦ୍ର, ବିରୋଧୀ ଦଳ ନେତା ରମେଶ ଚେନ୍ନିତାଲ ଏବଂ ଅନ୍ୟ ନେତାମାନେ ଯୋଗ ଦେଇଥିଲେ । ଏହି ସମୟରେ ମୁଲ୍ଲାପାଲ୍ଲି ରାହୁଲଙ୍କ ପ୍ରାର୍ଥିତ୍ୱ ସମ୍ବନ୍ଧରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । କଂଗ୍ରେସର ଏକ ଗଡ ଭାବେ ପରିଚିତ ୱାୟନାଡ ସମ୍ବନ୍ଧରେ ତାଙ୍କର ବିଶେଷ ଜ୍ଞାନ ନଥିବା ଦର୍ଶାଇ ରାହୁଲ ପ୍ରଥମେ ଏହି ପ୍ରସ୍ତାବକୁ ଏଡାଇ ଯାଇଥିଲେ । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଦିନେଶ ଗୁଣ୍ଡୁ ରାଓ ମଧ୍ୟ ରାହୁଲଙ୍କୁ ନିଜ ରାଜ୍ୟରୁ ପ୍ରାର୍ଥୀ ହେବା ଲାଗି ପ୍ରସ୍ତାବ ଦେଇଥିବା ଜଣାପଡିଛି ।