କ୍ଷତି ସହିବ ଓଡିଶା : ମୁଖ୍ୟମନ୍ତ୍ରୀ

କ୍ଷତି ସହିବ ଓଡିଶା : ମୁଖ୍ୟମନ୍ତ୍ରୀ

କ୍ଷତି ସହିବ ଓଡିଶା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡିଶା ବହୁ କ୍ଷତି ସହିବ । କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଯଥେଷ୍ଟ କମିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବଜେଟରେ ନିଆଯାଇଥିବା କିଛି ନିଷ୍ପତି ଉପରେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଅଭିବୃଦ୍ଧିକୁ ବଢାଇବାକୁ ପୁଞ୍ଜିନିବେଶ ଉପରେ ଗୁରୁତ୍ୱକୁ ସ୍ୱାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରୀ କହିଛନ୍ତି ଯେ, ୧୦ ହଜାର ୮୪୦ କୋଟିର ବୋଝ ଓଡିଶା ଉପରେ ପଡିବ । ଏହା ରାଜ୍ୟ ଉପରେ ଗୁରୁତର ଭାବେ ପ୍ରଭାବ କାଇବ । ରେଳବାଇ ଓ ରାଜପଥ କ୍ଷେତ୍ରରେ ପୁଞ୍ଜିନିବେଶର ଆବଶ୍ୟକତା ରହିଛି । ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ନିବେଶ ହେବ ଆବଶ୍ୟକ ରହିଛି । ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଆବଂଟନ ବୃଦ୍ଧି ହେବ ଆବଶ୍ୟତା ଅଟେ । ପେଟ୍ରୋଲ-ଡିଜେଲ ଉପରେ ସେସ୍ ପ୍ରଭାବ ରାଜ୍ୟ ଉପରେ ରହିବ । କେନ୍ଦ୍ର ଓ ରାଜ୍ୟର ବିତୀୟ ଶୃଙ୍ଖଳା ଏହା ଫଳରେ ପ୍ରଭାବତି ହେବ ।