ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ନବୀନଙ୍କୁ ପତ୍ର ଲେଖିଲେ ନିରଞ୍ଜନ

ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ନବୀନଙ୍କୁ ପତ୍ର ଲେଖିଲେ ନିରଞ୍ଜନ

ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ନବୀନଙ୍କୁ ପତ୍ର ଲେଖିଲେ ନିରଞ୍ଜନ
ଭୁବନେଶ୍ୱର : ରାଜ୍ୟରେ କରୋନା ଯେପରି ଗୋଷ୍ଠୀ ସଂକ୍ରମଣର ରୂପ ନନିଏ ସେଥିପ୍ରତି ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟରେ ଦୈନ୍ଖଳ ନମୂନା ପରୀକ୍ଷଣ ସଂଖ୍ୟାକୁ ୨୫ ହଜାରକୁ ବୃଦ୍ଧି କରିବା ସହିତ ବିଭିନ୍ନ ଗ୍ରାମ ଏବଂ ବ୍ଲକ୍ରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିରଞ୍ଜନ ଅନୁରୋଧ କରିଛନ୍ତି । ପ୍ରତି ଗ୍ରାମ ଏବଂ ପଞ୍ଚାୟତ ସ୍ତରରୁ ପରୀକ୍ଷଣ ଆରମ୍ଭ କରିବା ପାଇଁ ନିରଞ୍ଜନ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ, ବର୍ତ୍ତମାନ ପ୍ଲାଜ୍ମା ପରୀକ୍ଷା ସଫଳ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଖବର ପ୍ରକାଶ ପାଇଛି । ଏହା ସହିତ ଆସନ୍ତା ଅଗଷ୍ଟ ମାସ ଠାରୁ ଟେଷ୍ଟ ସଂଖ୍ୟା ଦିନକୁ ୨୦ ହଜାରକୁ ବୃଦ୍ଧି କରାଯିବ ବୋଲି ଆଇସିଏଲଆର ପକ୍ଷରୁ କୁହାଯାଇଛି ।