ଚଳନ୍ତା ଟ୍ରେନରେ ରାତିସାରା ନାବାଳିକାକୁ ଅସଦାଚରଣ

ଚଳନ୍ତା ଟ୍ରେନରେ ରାତିସାରା ନାବାଳିକାକୁ ଅସଦାଚରଣ

ଚଳନ୍ତା ଟ୍ରେନରେ ରାତିସାରା ନାବାଳିକାକୁ ଅସଦାଚରଣ
ଭୁବନେଶ୍ୱର : ଟ୍ରେନ ଚାଲିଛି । ହେଲେ ରାତିସାରା ନାବାଳିକାକୁ ଅସଦାଚରଣର ଶିକାର ହେବାକୁ ପଡ଼ିଛି । ରାତିରେ ସମସ୍ତେ ଶୋଇଥିବାବେଳେ ନାବାଳିକା ପ୍ରତି ଜଣେ ଯୁବକ ଅସଦାଚରଣ କରିଥିଲେ । ଏହା ଜାଣିବା ପରେ ଯାତ୍ରୀମାନେ ଯୁବକକୁ ନିସ୍ତୁକ ପିଟିବା ସହ ପୁଲିସରେ ଜିମା ଦେଇଛନ୍ତି । ଯୁବକ ଜଣଙ୍କ ଏବେ ଜେଲରେ ଥିବା ଜାଣିବାକୁ ମିଳିଛି । ଘଟଣାଟି ଏମିତି ଗତ ୨୮ ତାରିଖରେ ସମ୍ରାଟ ଶେଖ ନାମକ ଜଣେ ଯୁବକ ମୁମ୍ବାଇରୁ ହାୱଡ଼ା ଫେରୁଥିଲେ । ତାଙ୍କ ସିଟ ନିକଟରେ ରାଂଚିର ଏକ ପରିବାରର ସିଟ ବି ରହିଥିଲା । ରାତିରେ ଖାଇ ସାରିବା ପରେ ପରିବାର ଲୋକ ଶୋଇପଡ଼ିଥିଲେ । କିନ୍ତୁ ଏହି ସମୟରେ ସମ୍ରାଟ ଅସଦାଚରଣ ଆରମ୍ଭ କରିଦେଇଥିଲା । ଥରେ କି ଦିଥର ନୁହେଁ ରାତି ସାରା ଅସଦାଚରଣ କରିଥିଲା । ଏପରିକି ନାବାଳିକା ଜଣକ ଶୌଚାଳୟକୁ ଯାଇଥିଲେବି ଅଭିଯୁକ୍ତ ଜଣଙ୍କ ପିଛା କରିଥିଲା । ଫଳରେ ନାବାଳିକା ଜଣଙ୍କ ଚିକôାର କରିଥିଲେ । ଚିକôାର ଶୁଣି ବଗିରେ ଥିବା ଅନ୍ୟମାନେ ଯୁବକକୁ ନିସ୍ତୁକ ପିଟିବା ସହ ଆରପିଏଫକୁ ହସ୍ତାନ୍ତର କରିଥିଲେ । ରାଉରକେଲା ରେଳବାଇ ପୁଲିସ ମାମଲା ରୁଜୁ କରି ଯୁବକକୁ ଜେଲ ପଠାଇ ଦେଇଛି ।