ଚାକିରୀରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳ

ଚାକିରୀରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳ

ଚାକିରୀରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳ
ଭୁବନେଶ୍ୱର : ଚାକିରୀରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଗଗନ ଧଳ । ଯାହାକୁ ନେଇ ପ୍ରଶାସନିକ ମହଲରେ ଜୋରଦାର ଚର୍ଚ୍ଚା ହୋଇଛି । ୧୯୮୫ ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଧିକାରୀ କୃଷି ଉପôାଦନର କମିଶନର ଭାବେ କାର୍ଯ୍ୟ କରୁଥିଲେ । ତେବେ ନିକଟରେ ତାଙ୍କ ସ୍ଥାନରେ ଆଇଏଏସ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୨୦ ଜାନୁଆରୀରେ ସେ ଅବସର ଗ୍ରହଣ କରିଥା’ନ୍ତେ । କିନ୍ତୁ ଆଇଏଏସ ଅଦଳବଦଳ ବେଳେ ତାଙ୍କୁ ଅସମ୍ମାନୀତ କରାଯାଇଥିବାରୁ ସେ ଏଭଳି ନିଷ୍ପତି ନେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଶ୍ରୀ ଧଳ ନିଜ ଇସ୍ତଫା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା କୁହାଯାଉଛି ।