ଚାଷୀଙ୍କ ସହିତ ସବିଶେଷ ଆଲୋଚନା ପାଇଁ ଆମେ ପ୍ରସ୍ତୁତ : ନରେନ୍ଦ୍ର ସିଂ ତୋମାର

ଚାଷୀଙ୍କ ସହିତ ସବିଶେଷ ଆଲୋଚନା ପାଇଁ ଆମେ ପ୍ରସ୍ତୁତ : ନରେନ୍ଦ୍ର ସିଂ ତୋମାର

ଚାଷୀଙ୍କ ସହିତ ସବିଶେଷ ଆଲୋଚନା ପାଇଁ ଆମେ ପ୍ରସ୍ତୁତ :  ନରେନ୍ଦ୍ର ସିଂ ତୋମାର
ନୂଆଦିଲ୍ଲୀ : ଦେଶବ୍ୟାପୀ ଚାଷୀ ଆନେ୍ଦାଳନ ୧୭ ଦିନରେ ପହଞ୍ଚିଥିବା ବେଳେ ଆଜି ଚାଷୀ ମାନେ ଅନଶନରେ ବସିଥିଲେ । ଚାଷୀଙ୍କ ଅନଶନ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ତୋମାର କହିଛନ୍ତି ନୂତନ କୃଷି ବିଲକୁ ନେଇ ସରକାର କୃଷକ ନେତାମାନଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତ । ନୂତନ କୃଷି ବିଲରେ ରହିଥିବା ସମସ୍ତ ଧାରା ଉପରେ ବିଶଦ ଭାବରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି ତୋମାର ପ୍ରକାଶ କରିଛନ୍ତି । ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହିତ ବୈଠକ ପରେ ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତୋମାର । ଦିଲ୍ଲୀ ସୀମାବର୍ତ୍ତୀ ସିଙ୍ଘୁରେ ହଜାର ହଜାର ଚାଷୀ ପ୍ରତିବାଦ କରୁଥିବା ବେଳେ ଆଜି ଅନଶନ ମଧ୍ୟ କରାଯାଇଥିଲା । ଏହି ପରୀପ୍ରେକ୍ଷୀରେ ଅମିତ ଶାହାଙ୍କ ସହିତ ବୈଠକ ପରେ ନୂତ କୃଷି ବିଲର ପ୍ରତି ଧାରା ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିବା ପାଇଁ ମତ ରଖିଛନ୍ତି ତୋମାର ।