ଜାଣନ୍ତୁ ନୂଆ ବର୍ଷରୁ କଣ କଣ ନୂଆ ନିୟମ ଲାଗୁ ହେଉଛି

ଜାଣନ୍ତୁ ନୂଆ ବର୍ଷରୁ କଣ କଣ ନୂଆ ନିୟମ ଲାଗୁ ହେଉଛି

ଜାଣନ୍ତୁ ନୂଆ ବର୍ଷରୁ କଣ କଣ ନୂଆ ନିୟମ ଲାଗୁ ହେଉଛି
ନୂଆଦିଲ୍ଲୀ: ୨୦୨୧ ଜାନୁଆରୀ ୧ ରୁ ଅନେକ ନିୟମ ବଦଳି ଯିବ । ଏହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ । ଚେକ ପେମେଣ୍ଟଠାରୁ ଆରମ୍ଭ କରି ଫାଷ୍ଟାଗ, ୟୁପିଆଇ ପେମେଣ୍ଟ ସିଷ୍ଟମ ଏବଂ ଜିଏସଟି ରିଟର୍ଣ୍ଣ ସଂକ୍ରାନ୍ତ ନିୟମ ବଦଳି ବାକୁ ଯାଉଛି । ତାହା ଉପରେ ଏକ ନଜର... ଚେକ୍ ପେମେଣ୍ଟ: ଜାନୁଆରୀ ୧ ରୁ ଚେକ ପେମେଣ୍ଟ ସଂକ୍ରାନ୍ତ ନିୟମ ବଦଳି ଯିବ । ପଜିଟିଭ ପେ ସିଷ୍ଟମ ଅନୁସାରେ ଚେକ୍ ଦ୍ୱାରା ୫୦,୦୦୦ ଟଙ୍କା ଅଥବା ତାଠାରୁ ଅଧିକ ପେମେଣ୍ଟ ଉପରେ ଜରୁରୀ ସୂଚନାକୁ ଆଉଥରେ ସ୍ପଷ୍ଟ କରିବାକୁ ହେବ । କିନ୍ତୁ ଏହି ବ୍ୟବସ୍ଥା ଆକାଉଣ୍ଟଧାରୀଙ୍କ ପାଇଁ ଇଚ୍ଛାଧୀନ ଅଟେ । ଚେକ ଜାରି କରିଥିବା ବ୍ୟକ୍ତି ଏହି ତଥ୍ୟ ଏସଏମଏସ, ମୋବାଇଲ ଆପ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଅଥବା ଏଟିଏମ ଭଳି ଇଲେକ୍ଟ୍ରୋନିକ ମାଧ୍ୟମରେ ଦେଇପାରିବେ । କଣ୍ଟାକ୍ଟଲେସ କାର୍ଡ ଦେଣନେଣ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କଣ୍ଟାକ୍ଟଲେସ କାର୍ଡ ପେମେଣ୍ଟ ସୀମା ୨୦୦୦ ଟଙ୍କାରୁ ୫ ହଜାର ଟଙ୍କାକୁ ବଢ଼ାଇଛି । ୨୦୨୧ ଜାନୁଆରୀ ୧ ରୁ ଏହା ଲାଗୁ ହେବ । ଡେବିଟ ଅଥବା କ୍ରେଡିଟ କାର୍ଡ ଦ୍ୱାରା ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ପାଇଁ ପିନ ଦରକାର ପଡ଼ିବ ନାହିଁ । ଫାଷ୍ଟ୍ୟାଗ ବାଧ୍ୟତାମୂଳକ : ୨୦୨୧ ଜାନୁଆରୀ ୧ ରୁ ସମସ୍ତ ଚାରିଚକିଆ ଗାଡ଼ିରେ ଫାଷ୍ଟ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ । ଫାଷ୍ଟ୍ୟାଗ ବିନା ଜାତୀୟ ରାଜପଥରେ ଟୋଲ ପ୍ଲାଜା ପାର କରୁଥିବା ଚାଳକଙ୍କୁ ଦୁଇଗୁଣା ଦେୟ କରିବାକୁ ହେବ । ଇଣ୍ଟରନ୍ୟାସନାଲ ମୋବାଇଲକୁ କଲ କଲେ ଶୂନ ଲାଗିବ: ଜାନୁଆରୀ ୧ ରୁ ଲ୍ୟାଣ୍ଡଲାଇନରୁ କୌଣସି ମୋବାଇଲକୁ କଲ କଲେ ସେଥିପାଇଁ ପୂର୍ବରୁ ଶୂନ (୦) ଲଗାଇବାକୁ ପଡ଼ିବ । ୟୁପିଆଇ ପେମେଣ୍ଟ: ୧ ରୁ ୟୁପିଆଇ ଜରିଆରେ ପେମେଣ୍ଟ କରିବା ମହଙ୍ଗା ହେବ । ଥାର୍ଡ ପାର୍ଟ ପକ୍ଷରୁ ପରିଚାଳିତ ହେଉଥିବା ଆପରେ ଅତିରିକ୍ତ ଦେୟ ଲାଗୁ ପାଇଁ ଘୋଷଣା କରାଯାଇଛି । ଏନପିସିଆଇ ଏହି ନିଷ୍ପତ୍ତି ନେଇଛି । ଜିଏସଟି ରିଟର୍ଣ୍ଣ ନିୟମ: କ୍ଷୁଦ୍ରବ୍ୟବସାୟୀଙ୍କୁ ସରଳ ତ୍ରୈମାସିକ ଜିଏସଟି ରିଟର୍ଣ୍ଣ ଫାଇଲିଯ ସୁବିଧା ମିଳିବ । ଯେଉଁ ବ୍ୟବସାୟୀଙ୍କ କାରବାର ୫ କୋଟି ଟଙ୍କାରୁ କମ, ସେମାନଙ୍କୁ ପ୍ରତିମାସରେ ରିଟଣ୍ଣ ଫାଇଲ କରିବାକୁ ପଡିବ ନାହିଁ । ନୂଆ ନିୟମ ଲାଗୁ ପରେ ଟିକସଦାତାଙ୍କୁ କେବଳ ୮ ରିଟର୍ଣ୍ଣ ଭରିବାକୁ ପଡିବ । ଏଥିରେ ୪ ଜିଏସଟିଆର ୩ ବି ଏବଂ ୪ ଜିଏସଟିଆର ୧ ରିଟର୍ଣ୍ଣ ସାମିଲ । ସରଳ ଜୀବନ ବୀମା ପଲିସି: ଜାନୁଆରୀ ୧ ପରେ କମ ପି୍ରମିୟମ ବୀମା କ୍ରୟ କରାଯାଇ ପାରିବ । ସରଳ ବୀମା ଆରମ୍ଭ କରିବା ପାଇଁ କମ୍ପାନୀ ଗୁଡ଼ିକୁ ଆଇଆରଡିଏଆଇ ନିଦେ୍ର୍ଧଶ ଦେଇଛି । କିଛି ଫୋନରେ ହ୍ୱାଟସ ଆପ ବନ୍ଦ ହେବ: ଜାନୁଆରୀ ୧ ପରେ କିଛି ଆଣ୍ଡ୍ରଏଡ ଅଥବା ଆଇଓଏସ ଫୋନରେ ହ୍ୱାଟସ ଆପ କାମ କରିବା ବନ୍ଦ ହୋଇଯିବ । ପୁରୁଣା ସଫ୍ଟୱେୟାର ହ୍ୱାଟସ ଆପ କାମ କରିବ ନାହିଁ ।