ଜାତିସଂଘ ରିପୋର୍ଟ : ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ

ଜାତିସଂଘ ରିପୋର୍ଟ : ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ

ଜାତିସଂଘ ରିପୋର୍ଟ : ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ
୨୦୧୮ରେ ଭାରତକୁ ଆସିଛି ୭୮.୬ ବିଲିୟନ ଡଲାର ୱାସିଂଟନ୍: ସାରା ବିଶ୍ୱରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ବିଶ୍ୱ୍ୱ୍ୟବ୍ୟାପୀ ରହିଥିବା ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ୧୭.୫ ନିୟୁତ । ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ଭାରତକୁ ୨୦୧୮ରେ ୭୮.୬ ବିଲିଅନ ଡଲାର ପଠାଇଛନ୍ତି । ଆଇଓଏମ୍ (ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେସନ୍ ଫର୍ ମାଇଗ୍ରେସନ୍) "ବୈଶ୍ୱିକ ପ୍ରବାସୀ ରିପୋର୍ଟ-୨୦୨୦'ରୁ ଏହା ଜଣାପଡ଼ିଛି । ୨୦୧୯ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ପ୍ରବାସୀଙ୍କ ସଂଖ୍ୟା ୨୭୦ ନିୟୁତ ରହିଛି । ତେବେ ଆମେରିକାରେ ସବୁଠୁ ଅଧିକ ୫୧ ନିୟୁତ ପ୍ରବାସୀ ରହୁଛନ୍ତି । ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ ପ୍ରବାସୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ତଥା ପ୍ରାୟ ୧୪୧ ନିୟୁତ ୟୁରୋପ୍ ଏବଂ ଉତ୍ତର ଆମେରିକାରେ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ୫୨ ପ୍ରତିଶତ ପୁରୁଷ । ତେବେ ସମସ୍ତ ପ୍ରବାସୀଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କାମ ପାଇଁ ବିଦେଶ ଯାଉଛନ୍ତି । କିନ୍ତୁ ସାରା ବିଶ୍ୱରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ସବୁଠୁ ଅଧିକ । ଭାରତରୁ ୧୭.୫ ନିୟୁତ ପ୍ରବାସୀ ବିଦେଶରେ ରହୁଛନ୍ତି । ଏହା ପଛକୁ ମେକ୍ସିକୋରୁ ୧୧.୮ ନିୟୁତ, ଚୀନ୍ରୁ ୧୦.୭ ନିୟୁତ ପ୍ରବାସୀ ବିଦେଶରେ ରହୁଛନ୍ତି । ଅଧିକାଂଶ ପ୍ରବାସୀ ଆମେରିକା ଗସ୍ତ କରୁଥିବା ବେଳେ ରୁଷିଆ, ୟୁଏଇ ଏବଂ ସାଉଦି ଆରବ ମଧ୍ୟ ପ୍ରବାସୀଙ୍କ ପସନ୍ଦର ସ୍ଥାନ ହୋଇଛି । ଆଗାମୀ ଦଶନ୍ଧିରେ କିଛି ବିକାଶଶୀଳ ଦେଶର ଜନସଂଖ୍ୟା ବୃଦ୍ଧି ପାଇବାକୁ ଥିବାରୁ ଏହାଦ୍ୱାରା ପ୍ରବାସୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଇଓଏମ୍ ପକ୍ଷରୁ କୁହାଯାଇଛି । ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ସବୁଠୁ ଅଧିକ ଅସ୍ଥାୟୀ ପ୍ରବାସୀ ଶ୍ରମିକ ରହୁଛନ୍ତି ।