ଟୁଡେ ଇଜ୍ ନଥିଂ ଡେ
ଟୁଡେ ଇଜ୍ ନଥିଂ ଡେ
admin
Jan 16, 2020 - 04:51
Updated: Jan 16, 2020 - 04:51
ବର୍ଷର ସାରା ୩୬୫ ଦିନରେ କେଉଁଠି ନା କେଉଁଠି କିଛି ନା କିଛି ଦିବି ପାଳିତ ହୁଏ । ଜାନୁଆରି ଷୋହଳ ତାରିଖରେ ପାଳିତ ହୁଏ ‘ଡ୍ରାଗନ୍ ଦିବସ’ । ‘ଧାର୍ମିକ ସ୍ୱାଧୀନତା ଦିବସ’ ତଥା ‘ଅନ୍ତର୍ଜାତୀୟ ମସଲା ଖାଦ୍ୟ ଦିବସ’ । ତେବେ ବର୍ଷ ତମାମ ଏ ଭଳି ଦିବସମାନ ପାଳିବା ହାସ୍ୟାସ୍ପଦ ବୋଲି ଏକଦା ପ୍ରତିକି୍ରୟା ପ୍ରକାଶ କରିଥିଲେ ମାର୍କିନ ସମ୍ବାଦପତ୍ର ସ୍ତମ୍ଭକାର ହାରୋଲଡ କଫିନ । ୧୯୭୩ ରେ ଜାନୁଆରି ୧୬ କୁ ‘କିଛି ନାହିଁ ଦିବସ’ ବା ‘ନଥିଙ୍ଗ ଡେ’ ଭାବେ ପାଳନ କରିବା ପାଇଁ ସେ ଗଢ଼ିଥିଲେ ‘କିଛି ନାହିଁ ଅନୁଷ୍ଠାନ’ ବା ‘ନଥିଙ୍ଗ ଅର୍ଗାନାଇଜେସନ’ । ତେବେ ତାଙ୍କ ପ୍ରତିକି୍ରୟାକୁ କ୍ୱଚିତ କେହି ଗ୍ରହଣ କରିଥିବେ । କାରଣ ଅଦ୍ୟାବଧି ତାଙ୍କ ଦ୍ୱାରା ଗଢ଼ାଯାଇଥିବା ଅନୁଷ୍ଠାନର ଗୋଟିଏ ହେଲେ ବୈଠକ ଅନୁଷ୍ଠିତ ହୋଇପାରିନାହିଁ କି ତାଙ୍କ ଚିନ୍ତାଧାରା ଉପରେ ଆଲୋଚନା ହୋଇନାହିଁ କେହି ଜନସଚେତନତା ସୃଷ୍ଟି ପାଇଁ ସାମାନ୍ୟତମ ଉଦ୍ୟମ କରିନାହାନ୍ତି । କଫିନ ଏବେ କଫିନରେ । ନିଜ ଉଦ୍ୟମରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ହେଁ ତାଙ୍କ ଦେହାନ୍ତ ପରେ ବି ତାଙ୍କ ଦ୍ୱାରା ଘୋଷିତ ଦିବସଟି ତିଷ୍ଠି ରହିଛି ।