ତିନି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅର୍ଥ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କେଉଁ ଜିଲ୍ଲାକୁ କେତେ ଜାଣନ୍ତୁ

ତିନି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅର୍ଥ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କେଉଁ ଜିଲ୍ଲାକୁ କେତେ ଜାଣନ୍ତୁ

ତିନି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅର୍ଥ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କେଉଁ ଜିଲ୍ଲାକୁ କେତେ ଜାଣନ୍ତୁ
ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଅର୍ଥ ରାଶି ଘୋଷଣା କରିଛନ୍ତି । ପୁରୀ ନିମନ୍ତେ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଓ ସମ୍ବଲପୁର ସକାଶେ ୪ କୋଟି ୬୨ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ପୁରୀ ଜିଲ୍ଲାକୁ ପୂର୍ବରୁ ରାଜ୍ୟ ସରକାର ୧୪ କୋଟି ୫୯ ଲକ୍ଷ ୭୪ ହଜାର ୪୦୮ ଟଙ୍କା ଦେଇଥିଲେ । ଏବେ ୨ କୋଟି ଘୋଷଣା କରାଯାଇଥିବାରୁ ପୁରୀ ଜିଲ୍ଲା ୧୬.୫୯ କୋଟି ଟଙ୍କା ପାଇପାରିବ । ସୁବର୍ଣ୍ଣପୁର ଜିଲ୍ଲା ନିମନ୍ତେ ପୂର୍ବରୁ ଅଢେ଼ଇ କୋଟି ଟଙ୍କା ଘୋଷଣା ହୋଇଥିବାବେଳେ ଏବେ ଆଉ ୧ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ସେହିପରି ସମ୍ବଲପୁର ଜିଲ୍ଲାକୁ ପୂର୍ବରୁ ୧୧ କୋଟି ୫୦ ଲକ୍ଷ ଟଙ୍କା ମିଳିଥିବାବେଳେ ଏବେ ଆଉ ୪ କୋଟି ୬୨ ଲକ୍ଷ ୮୦ ହଜାର ୬୯୨ ଟଙ୍କା ଦିଆଯାଇଛି ।