ଦାୟିତ୍ବ ଗ୍ରହଣ କଲେ ସୁଧାଂଶୁ ଷଡଙ୍ଗୀ

ଦାୟିତ୍ବ ଗ୍ରହଣ କଲେ ସୁଧାଂଶୁ ଷଡଙ୍ଗୀ

ଦାୟିତ୍ବ ଗ୍ରହଣ କଲେ ସୁଧାଂଶୁ ଷଡଙ୍ଗୀ
ଭୁବନେଶ୍ବର : ନୂଆ ପୋଲିସ କମିଶନର ଭାବେ ସୁଧାଂଶୁ ଷଡଙ୍ଗୀ ଆଜି ଦ୍ବାୟିତ୍ବ ଗ୍ରହଣ କରିଛନ୍ତି। ଟ୍ବିନ୍‌ ସିଟିର ସପ୍ତମ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍‌ ଆପିଏସ୍ ଅଫିସର ଡ. ସୁଧାଂଶୁ ଷଡଙ୍ଗୀ। ଦିନ ସାଢେ ୧୧ଟାରେ ସତ୍ୟଜିତ୍ ମହାନ୍ତିଙ୍କଠାରୁ ବିଧିବଦ୍ଧ ଭାବେ ସେ ଦାୟିତ୍ବ ନେଇଛନ୍ତି। ପୋଲିସ କମିଶନର ଭାବେ ତାଙ୍କ ସମ୍ମୁଖରେ ରହିବ ଅନେକ ଚ୍ୟାଲେଞ୍ଜ। ଯେଉଁଥିରୁ ପ୍ରମୁଖ ହେଉଛି ଅପରାଧ ନିୟନ୍ତ୍ରଣ। ଗତ କିଛିଦିନ ମଧ୍ୟରେ ଟ୍ବିନ୍ ସିଟିରେ ବଢୁଥିବା ଅପରାଧ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ତେଣୁ ଅପରାଧ ରୋକିବାକୁ ପୋଲିସର ଫୋକସ୍ ରହିବ। ବିଶେଷ କରି ବେଆଇନ ବନ୍ଧୁକ କାରବାର ଉପରେ ରୋକ ଲାଗାଇବା, ବ୍ରାଉନ ସୁଗାର କାରବାର ତଥା ବେପାରୀଙ୍କୁ ଧରିବା, ଅବାଧରେ ଚାଲିଥିବା ସେକ୍ସ ରାକେଟ ଉପରେ ରୋକ ଲଗାଇବା, ଲୁଟ୍, ଛିନତାୟୀ, ରାହାଜାନୀ କବଳରୁ ଲୋଙ୍କୁ ସୁରକ୍ଷା ଦେବା ମୁଖ୍ୟ ଚ୍ୟାଲେଞ୍ଜ ରହିବ ବୋଲି କହିଛନ୍ତି। ସେପଟେ ସତ୍ୟଜିତ ମହାନ୍ତିଙ୍କୁ ଜେଲ ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।