ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟାର ପେସ ବୋଲର ଆନରିଚ ନର୍ଜଙ୍କ କରୋନା ରିପୋର୍ଟରେ ତ୍ରୁଟି
ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟାର ପେସ ବୋଲର ଆନରିଚ ନର୍ଜଙ୍କ କରୋନା ରିପୋର୍ଟରେ ତ୍ରୁଟି
admin
Apr 17, 2021 - 07:19
Updated: Apr 17, 2021 - 07:19
ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ଷ୍ଟାର ପେସ ବୋଲର ଆନରିଚ ନର୍ଜଙ୍କ କରୋନା ରିପୋର୍ଟରେ ତ୍ରୁଟି ହୋଇଥିବା ଜଣାପଡ଼ିଛି । କ୍ୱାରେଣ୍ଟାଇନରେ ଥିବା ବେଳେ ବୁଧବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ବେଳେ ପରେ ତାଙ୍କର ତିନି ଥର କରୋନା ପରୀକ୍ଷା ହୋଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିଛି । କ୍ୟାପିଟାଲ୍ସ ପକ୍ଷରୁ ଟ୍ୱିଟ କରି ଏ ବିଷୟରେ ସୂଚନା ଦିଆଯାଇଛି । ନର୍ଜଙ୍କ କ୍ୱାରେଣ୍ଟାଇନ ଅବଧି ଶେଷ ହୋଇଥିବାରୁ ସେ ଦଳ ସହ ଯୋଗ ଦେଇଛନ୍ତି । କ୍ୟାପିଟାଲସ ପକ୍ଷରୁ କୁହାଯାଇଛି, ଆମର ପେସ ସୁପରଷ୍ଟାର ନର୍ସଙ୍କ କ୍ୱାରେଣ୍ଟାଇନ ଅବଧି ଶେଷ ହୋଇଛି । ତାଙ୍କର ପ୍ରଥମ କରୋନା ରିପୋର୍ଟରେ ତ୍ରୁଟି ହୋଇଥିଲା । ତେଣୁ ପୁଣି ଥରେ ୩ ଥର ପରୀକ୍ଷା କରାଯାଇଥିଲା । ସବୁ ରିପୋର୍ଟ ନେଗେଟିଭ ଆସିଛି । ଏବେ ସେ ଦଳର ଜୈବ ସୁରକ୍ଷା ବଳୟରେ ସାମିଲ ହୋଇଛନ୍ତି । ତାଙ୍କ ଆକ୍ସନ ଦେଖିବାକୁ ଆମେ ବ୍ୟାକୁଳ ରହିଛୁ । ନର୍ଜ ଟ୍ୱିଟ କରିଛନ୍ତି, କ୍ୱାରେଣ୍ଟାଇନରୁ ବାହାରିବା ପରେ ବହୁତ ଭଲ ଲାଗୁଛି । ସାଥୀ ଖେଳାଳିଙ୍କ ସହ ବି ଜଳଖିଆ କରିବାକୁ ଅପେକ୍ଷା କରିଛି ।